ଉଗ୍ର ହେଉଛି କଂଗ୍ରେସର ଗୋଷ୍ଠି କନ୍ଦଳ, ହାତାହାତି ହେବାକୁ ପଛାଇଲେନି ବିଧାୟକ
Khabar Odisha:Extremely-violent-is-the-Congress-faction-and-the-legislature-has-not-shied-away-from-clashes

ପାଟନା: ବିହାର ବିଧାନସଭା ହେଉ କି ଓଡିଶା ବିଧାନସଭା ଉପନିର୍ବାଚନ ସବୁଥିରେ କଂଗ୍ରେସର ଅତି ଶୋଚନୀୟ ଭାବେ ହାର ହୋଇଛି । ଏତେ ଖରାପ୍ ପଦର୍ଶନ ପରେ ବି ଯଥା ପୁର୍ବଂ ତଥା ପରଂ । ଅର୍ଥାତ୍ ନିଜ ଗୋଷ୍ଠି କନ୍ଦଳକୁ ଯୋଗୁଁ କଂଗ୍ରେସର ସ୍ଥିତି ଦିନକୁ ଦିନ ବିଗୁଡୁଥିବା ବେଳେ ତାକୁ ସମାଧାନ କରିବା ପାଇଁ ବସିଥିବା ବୈଠକରେ ମଧ୍ୟ ହାତାହାତି ହେବାକୁ ପଛାଇ ନାହାନ୍ତି କଂଗ୍ରେସ ବିଧାୟକ ।

ଆଜି ବିହାର ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ବିହାରର ନବ ନିର୍ବାଚିତ ସଦସ୍ୟଙ୍କୁ ନେଇ ପାଟନାରେ ଏକ ବୈଠକ ବସିଥିଲା । ଯେଉଁଥିରେ କଂଗ୍ରେସର ବିଧାୟକ ଦଳର ନେତା କିଏ ହେବ ତାକୁ ନେଇ ଆଲୋଚନା ହୋଇଥାନ୍ତା କିନ୍ତୁ ଆଲୋଚନା ଆରମ୍ଭରୁ ହିଁ କଥା କଟାକଟି ହୋଇ ଦଳୀୟ ନେତା ନିଜ ନିଜ ଭିତରେ ମାରପିଟ୍ ହୋଇଥିଲେ ।

ସୂଚନା ଅନୁସାରେ ବିଧାୟକ ବିଜୟ ଶଙ୍କର ଦୁବେ ଓ ବିଧାୟକ ସିଦ୍ଧାର୍ଥଙ୍କ ମଧ୍ୟରୁ କାହାକୁ କଂଗ୍ରେସର ବିଧାୟକ ଦଳର ନେତା କରାଯିବ ତାକୁ ନେଇ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଥିଲେ ।

ଏହିଭଳି ଭାବରେ କଂଗ୍ରେସର ଗୋଷ୍ଟି କନ୍ଦଳ ଏବେ କଂଗ୍ରେସ ପାଇଁ ସବୁଠାରୁ ବଡ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

  • Tags:

Subscribe

National International State Sports Entertainment