ଓଡ଼ିଶାର ବର୍ତ୍ତମାନ ଶାସନ ବ୍ୟବସ୍ଥାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାର କାରଣ ହେଉଛି ସାମାଜିକ ଗଣମାଧ୍ୟମରେ ରାଜ୍ୟର ଜଣାଶୁଣା ଚିନ୍ତାନାୟକ ଶ୍ରୀ ନଟବର ଖୁଣ୍ଟିଆଙ୍କ ଫେସବୁକରେ ଏକ ଲେଖା । ଏକ ବିଶେଷ ଲେଖା ମାଧ୍ୟମରେ ଶ୍ରୀ ଖୁଣ୍ଟିଆ ଓଡ଼ିଶାର କିଛି ସାମ୍ପ୍ରତିକ ବିଷୟ ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯାହାକୁ ପଢି କେନ୍ଦ୍ରମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ୍ସ (ଟ୍ୱିଟ୍) କରି କହିଛନ୍ତି ଯେ ଆଜି ସକାଳେ ଜଣେ ବନ୍ଧୁ ମୋତେ ପଠାଇଥିବା ରାଜ୍ୟର ଜଣାଶୁଣା ଚିନ୍ତାନାୟକ ଶ୍ରୀ ନଟବର ଖୁଣ୍ଟିଆଙ୍କ ଫେସବୁକରେ ଏକ ଲେଖା ପଢିଲି । ସେ ଓଡ଼ିଶାର କିଛି ସାମ୍ପ୍ରତିକ ବିଷୟ ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ବର୍ତ୍ତମାନ ସମୟରେ ଏହା ବହୁତ ଇନଫରମେଟିଭ୍ । ଓଡ଼ିଶାର ଇତିହାସକୁ ବର୍ତ୍ତମାନର ସାମ୍ପ୍ରତିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ସହ ସେ ବହୁତ ସଠିକ୍ ତୁଳନା କରିଛନ୍ତି । ସମସ୍ତେ ଏହାକୁ ପଢିବା ଉଚିତ୍ ।
ସମସ୍ତେ ବିଶିଷ୍ଟ ସାହିତ୍ୟିକ ଗୋଦାବରୀଶ ମହାପାତ୍ରଙ୍କର ସେହି ଦୁଇ ଉକ୍ତି “ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ ରାଜି” କୁ ସ୍ମରଣ କରିବା ଉଚିତ୍ । ଜାତିର ମହାପୁରୁଷମାନେ ଭବିଷ୍ୟତକୁ ଦେଖିକି ସାହିତ୍ୟ ସୃଜନ କରିଥାନ୍ତି ଏବଂ ବିଚାର କଣିକା ଛାଡି ଯାଆନ୍ତି । ନଟବର ବାବୁଙ୍କ ଏହି ଲେଖା ପଢିଲା ପରେ ଭାବୁଛି, ଏହା କେତେ ଠିକ୍ ଓ ବର୍ତ୍ତମାନ ସମୟରେ କେତେ ପ୍ରାସଙ୍ଗିକ ଏନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।
ଚିନ୍ତାନାୟକ ଶ୍ରୀ ନଟବର ଖୁଣ୍ଟିଆ ଲେଖା ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ଇତିହାସର ପୁନରାବୃତ୍ତି ହେବ ! ଓଡ଼ିଶାରେ ପ୍ରତାପରୁଦ୍ର ଦେବ ଶାସନ କରିଥିଲେ ୧୪୯୭ ରୁ ୧୫୩୮ ପର୍ଯ୍ୟନ୍ତ। ସେ ଥିଲେ କାଞ୍ଚି ବିଜୟୀ ପୁରୁଷୋତ୍ତମ ଦେବଙ୍କ ପୁତ୍ର। ସେ ଏକ ବିରାଟ ଭୂଖଣ୍ଡର ରାଜା ଥିଲେ।କିନ୍ତୁ ସେହି ଭୂଖଣ୍ଡ ଧୀରେ ଧୀରେ ହ୍ରାସ ପାଇଲା। ବିଭିନ୍ନ କାରଣ ମଧ୍ୟରୁ ଗୋଟିଏ କାରଣ ସେ ଚୈତନ୍ୟ ଦେବଙ୍କ ବୈଷ୍ଣବ ଧର୍ମର ପୃଷ୍ଠପୋଷକ ସାଜିବାରୁ ରାଜ୍ୟର ପ୍ରଜାମାନେ ମଧ୍ୟ ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇ ନାମ ସଂକୀର୍ତ୍ତନ ରେ ମାତି ନିଜର ଆକ୍ରମଣାନୁକ ଭାବ ହରାଇଲେ। ଓଡ଼ିଶାରେ ଯେଉଁ ସ୍ଥିତି ହେଲା ବଙ୍ଗଳାରେ ସେହି ସ୍ଥିତି ହେଲା ବୋଲି ସ୍ବାମୀ ବିବେକାନନ୍ଦ ମଧ୍ଯ ସ୍ବୀକାର କରିଛନ୍ତି ଏବଂ ଆମ ପଣ୍ଡିତ ନୀଳକଂଠ ଦାସ ସେହି କଥା କହିଛନ୍ତି । ପ୍ରତାପରୁଦ୍ର ଦେବ ରାଜ୍ୟର ଅନେକ ଅଂଶ ହରାଇଲେ । ତାଙ୍କ ମୃତ୍ୟୁ ବେଳକୁ ରାଜ୍ୟ ଖଣ୍ଡିତ ହୋଇଯାଇ ଥିଲା। ତାଙ୍କ ଅନ୍ତେ ତାଙ୍କ ଦୁଇ ପୁତ୍ର ଦୁଇ ବର୍ଷ ବି ଶାସନ କରି ପାରିଲେ ନାହିଁ। ତାଙ୍କ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ଦୁଇ ପୁଅଙ୍କୁ ହତ୍ୟା କରି ଶାସନ ଭାର ଗ୍ରହଣ କଲେ। ତାପରେ ରାଜ୍ୟର ବିଶୃଙ୍ଖଳା ବ୍ୟାପିଲା ।
ରାଜ୍ୟର ଆଜି ଦିନରେ ଚାଲିଥିବା ଶାସନ ନୀତିକୁ ନେଇ ଏଭଳି ଲେଖା ପ୍ରକାଶ କରିଛନ୍ତି । ଶ୍ରୀ ଖୁଣ୍ଟିଆ ଆହୁରି ମଧ୍ୟ ଲେଖିଛନ୍ତି ଓଡ଼ିଆ ଜାତି ଠିକ୍ ସମୟରେ ସଠିକ୍ ଯବାବ ଦେବ । ମୁଖ୍ୟମନ୍ତ୍ରୀଙ୍କ ସଚିବ ତାଙ୍କ ତଥା କଥ୍ତ ସରକାରୀ ଗସ୍ତ ସମୟରେ ମହିଳାମାନଙ୍କୁ ବ୍ୟାକ ଗ୍ରାଉଣ୍ଡରେ ରଖୁ ଯେଉଁ ଫଟୋ ଉଠାଇଛନ୍ତି ଆଉ ଯାହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ତାହା -ଯଦି ସତ ଫୋଟ ହୋଇଥାଏ ମୋ ମୁଣ୍ଡ ଲଜ୍ଜାରେ ନଇଁ ପଡୁଛି ।