ଜଗତସିଂହପୁର ଜିଲ୍ଲା ସଂସଦୀୟ କ୍ଷେତ୍ରରେ ହେଉଥିବା ଶେଷ ପର୍ଯ୍ୟାୟ ନିର୍ବାଚନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରର ମଙ୍ଗ ଧରିଛନ୍ତି।। ବୁଧବାର ରାହାମା ଷ୍ଟାଡିୟମରେ ଆୟୋଜିତ ସଂକଳ୍ପ ସମାବେଶରେ ଯୋଗ ଦେଇ ପାରାଦ୍ଵୀପ ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ ଏବଂ ସାଂସଦ ବିଭୁ ତରାଇଙ୍କ ପାଇଁ ପ୍ରଚାର କରିଛନ୍ତି। ଏହାପରେ ଜଗତସିଂପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ଅମରେନ୍ଦ୍ର ଏବଂ ସାଂସଦ ପ୍ରାର୍ଥୀବିଭୁ ତରାଇଙ୍କୁ ଜିତେଇବା ପାଇଁ ନିବେଦନ କରିଥିଲେ ପରେ ପରେ ରଘୁନାଥ ପୁର ମଘିମେଳା ପଡିଆରେ ତିର୍ତ୍ତୋଲ ବିଧାନସଭା କ୍ଷେତ୍ର ପାଇଁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଇ ସାଂସଦ ପ୍ରାର୍ଥୀ ବିଭୁ ତରାଇ ଏବଂ ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ଜିତାଇବା ପାଇଁ ପଦ୍ମ ଚିହ୍ନରେ ମୋହର ମାରିବା ପାଇଁ ବିଶାଳ ଜନ ସମାବେଶକୁ ନିବେଦନ କରିଥିଲେ । ଏଥିସହ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ନବୀନଙ୍କ ପାଖରେ ଥିବା ଭଡ଼ାଟିଆ ମାଇକ ବାଲାକୁ ଓଡ଼ିଶାରୁ ବିଦା କରିବାକୁ ହେଲେ ପଦ୍ମ ଚିହ୍ନରେ ମୋହର ମାରିବାକୁ ପଡ଼ିବ । ଏଥର ରାଜ୍ଯରେ ପରିବର୍ତ୍ତନ ନିଶ୍ଚିତ ଶ୍ରୀ ପ୍ରଧାନ କହିଛନ୍ତି।