ଜମୁଛି ପିପିଲି ଉପ-ନିର୍ବାଚନ ପାଇଁ ପ୍ରଚାର, ଅବାଧ,ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ପାଇଁ ଡିଜିପି ନିର୍ଦ୍ଦେଶ
Khabar Odisha:

ଭୁବନେଶ୍ୱର, ସେପ୍ଟେମ୍ବର ୨୧(ଖବର ଓଡିଶା): ଜମୁଛି ପିପିଲି ଉପ-ନିର୍ବାଚନ ପାଇଁ ପ୍ରଚାର । ଘରଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ବାରମ୍ବାର କରୋନା ଏବଂ କଂଗ୍ରେଶ ପ୍ରାର୍ଥୀଙ୍କ ବିୟୋଗ ପରେ ବିଳମ୍ବିତ ହୋଇଥିବା ନିର୍ବାଚନ ଏଥର ପିପିଲି ବାସିଙ୍କୁ ସେମାନଙ୍କୁ ନୂଆ ବିଧାୟକ ଆଣିଦେବ ବୋଲି ଆଶା । ଆସନ୍ତା ୨୮ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରଚାର ହୋଇପାରିବ ବୋଲି ପୁର୍ବରୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ମିଳିସାରିଥିଲା ବେଳେ। ୩୦ ତାରିଖରେ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହେବାକୁ ଯାଉଛି । 

ଏ ନେଇ ସୋମବାର ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଭିଡିଓ କଫରେନ୍ସ ମାଧ୍ୟମରେ ପୋଲିସ ମହାନିର୍ଦ୍ଦେଶକ ( ଡିଜିପି ) ଅଭୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ନିର୍ବାଚନକୁ ଅବାଧ , ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ନିର୍ବାଚନ ଆୟୋଗକୁ ନିୟମାନୁଯାୟୀ ଆଦର୍ଶ ଆଚରଣ ବିଧ ଓ କୋଭିଡ ନିୟମର କଡ଼ାକଡ଼ି ଅନୁପାଳନ ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଥିଲେ । 

ଗୋଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ଉପନିର୍ବାଚନ ସଂକ୍ରାନ୍ତ ବିଭିନ୍ନ ଗୋଇନ୍ଦା ତଥ୍ୟ ସମ୍ପର୍କରେ ଡିଜିପିଙ୍କ ସହ ଆଲୋଚନା କରିଥିଲେ । ଏହାବ୍ୟତୀତ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ନିର୍ବାଚନମଣ୍ଡଳୀକୁ ଭିଆଇପି , ଭିଭିଆଇପିଙ୍କ ଆଗମନ , ନିର୍ବାଚନ ସମ୍ପର୍କିତ ସମସ୍ତ ମାମଲାରେ ତୁରନ୍ତ ପଦକ୍ଷେପ , ସମ୍ବେଦନଶୀଳ ବୁଥ ଏବଂ ପୋଲିସ ‘ ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । କଫରେନ୍ସରେ ଆଇଜି ( ଆଇନ ଓ ଶୃଙ୍ଖଳା ) ତଥା ନୋଡାଲ ଅଫିସର , କେନ୍ଦ୍ରାଞ୍ଚଳ ଆଇଜି , ପୁରୀ ଏସ୍‌ପି ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

  • Tags:

Subscribe

National International State Sports Entertainment