ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ଗଞ୍ଜାମ ଯାଇଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଭୁବନେଶ୍ୱରରୁ ଗଞ୍ଜାମ ଅଭିମୁଖେ ଯିବା ସମୟରେ ସରକାରଙ୍କୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ କରି କହିଛନ୍ତି, ‘ମୋ ମୋ ନିର୍ବାଚନ ମଣ୍ଡଳୀକୁ ଯାଉଛି। ମୋତେ କିଏ ଅଟକେଇବ ମୁଁ ଦେଖିବି।
ସେ ଆହୁରି ମଧ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ ଶୁଣିବାକୁ ପାଇଲି ମୋ ଯିବା ବାଟରେ ମୋତେ ରୋକିବା ପାଇଁ ବିଭିନ୍ନ ଜାଗାରେ ଲୋକ ରଖାଯାଇଛି । ଆଜି ଯଦି ମୋ ଉପରେ ଯଦି କିଛି ଆକ୍ରମଣ ହୁଏ, ସେଥିପାଇଁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଭୁବନେଶ୍ୱର ଡିସିପି ଓ ଗଞ୍ଜାମ ଏସ୍ପି ଦାୟୀ ରହିବେ। ଏହାସହ ଓଡ଼ିଶାର ରାଜନୈତିକ ଚିତ୍ର ସମ୍ପୂର୍ଣ୍ଣ ଭାବେ ବଦଳିବ ଯିବ ।
ତେବେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଳା ରାଜନୀତି ତେଜିଛି ଏଥିସହ ସଚିବଙ୍କୁ ସବୁଠି ବିରୋଧ ହେଉଥିବା ଦେଖାଦେଇଛି ।
ଅଧିକ ପଢନ୍ତୁ;- ସଚିବଙ୍କୁ ବିରୋଧ ଭୟ : ବିଜେପି ନେତାଙ୍କୁ ଉଠାଇନେଲା ପୋଲିସ