ଫାଇଭ ଟି ସଚିବ ଆଜି ଗଞ୍ଜାମର ବେଗୁନିଆପଡା ଗସ୍ତ କରିବେ । ବିଜେପି ନେତାଙ୍କୁ ଉଠାଇନେଲା ପୋଲିସ । ବିଜେପିର ସାଂଗଠନିକ ଜିଲ୍ଲା ଘୁମୁସରର ଯୁବ ମୋର୍ଚ୍ଚା ସଂପାଦକଙ୍କୁ ଉଠାଇନେଇଛି । ଏହାସହ ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀଙ୍କୁ ମଧ୍ୟ ଉଠାଇନେଇଛି । ଆଲୋକ ଶତପଥୀ ବେଗୁନିଆପଡ଼ାରେ ଛିଡ଼ା ହୋଇଥିବା ବେଳେ ଉଠାଇନେଲା ପୋଲିସ । ତେବେ କାହିଁକି ପୋଲିସ ଏଭଳି କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।