ଭୁବନେଶ଼୍ବରରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ। ଓଡ଼ିଶାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଆଜି ବିଧାୟକ ଦଳ ବୈଠକରେ ଯୋଗଦେବା ପାଇଁ ପହଞ୍ଚିଛନ୍ତି । ରାଜନାଥ ସିଂଙ୍କ ପହଂଚିବା ପରେ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢିଯାଇଛି ।
ଆଜି ନବନିର୍ବାଚିତ ବିଧାୟକ ଏବଂ ବିଜେପି ନେତାଙ୍କ ସହ ପର୍ଯ୍ୟବେକ୍ଷକଙ୍କ ଆଲୋଚନା ବୈଠକ ହେବ । ଏହି ବୈଠକ ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ ।
ତେବେ ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସ୍ପେନ୍ସ ଲାଗିରହିଛି। ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁକୁ ନେଇ ଆଜି ସ୍ପଷ୍ଟ ହୋଇଯିବ। ଆସନ୍ତାକାଲି ଅପରାହ୍ନ ୪.୪୫ରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏଥିଲାଗି ଜନତା ମଇଦାନରେ ଜୋରସୋରରେ ପ୍ରସ୍ତୁତି ଚାଲିଛି ।