ରାଜ୍ୟରେ ଆସନ୍ତା ୨୫ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର । ଆଜି ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ। ଏହି ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ସବୁ ଆସନରେ ହେବିୱେଟଙ୍କ ଲଢେଇ ଦେଖିବାକୁ ମିଳିବ ।
କଟକ ଲୋକସଭା ଆସନରେ ବିଜେପିର ଭର୍ତ୍ତୃହରି ମହତାବଙ୍କ ସହ ବିଜେଡିର ସଂତୃପ୍ତ ମିଶ୍ର ଏବଂ କଂଗ୍ରେସର ସୁରେଶ ମହାପାତ୍ରଙ୍କ ମଧ୍ୟରେ ଲଢ଼େଇ ହେବ । ପୁରୀରେ ସମ୍ବିତ ପାତ୍ର ଓ ଅରୁପ ପଟ୍ଟନାୟକଙ୍କ ସହ ଜୟନାରାୟଣ ପଟ୍ଟନାୟକ ଦେବେ କଡ଼ା ଟକ୍କର । ସେହିପରି ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ ବନାମ୍ ମନ୍ମଥ ରାଉତରାୟ ଓ ତାଙ୍କ ସହ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍ଙ୍କ ମଧ୍ୟରେ ଲଢ଼େଇ ହେବ । ଏଥର ସବୁଠୁ ଚର୍ଚାରେ ଥିବା ସମ୍ବଲପୁର ଲୋକସଭା ଆସନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନାମ ବିଜେଡିର ପ୍ରଣବ ପ୍ରକାଶ ଦାସ ଏବଂ କଂଗ୍ରେସରୁ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ ।
ଓଡ଼ିଶାରେ ଏହି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ADR ଓ ଓଡ଼ିଶା ଇଲେକ୍ସନ ୱାଚ୍ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ।
ଅଧିକ ପଢନ୍ତୁ :- କନ୍ଧମାଳର ୨ଟି ବୁଥରେ ଆଜି ସାନି ମତଦାନ