ବାଲେଶ୍ୱର ସଦର ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ
Khabar Odisha:Balasore-Sadar-BJP-MLA-Madan-Mohan-Dutts-death
ଭୁବନେଶ୍ୱର, ଜୁନ ୧୭ (ଖବର ଓଡ଼ିଶା):

ବାଲେଶ୍ଵର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ ହୋଇଛି । ବିଜେପି ବିଧାୟକ ମଦନମୋହନଙ୍କ ପରଲୋକ ନେଇ ତାଙ୍କ ପୁଅ ମାନସ ଦତ୍ତ ସୂଚନା ଦେଇଛନ୍ତି। ସେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ପରଲୋକ ହୋଇଛି। ହୃଦଘାତରେ ବିଧାୟକଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ 61 ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ଯକୃତ ଜନିତ ସମସ୍ୟାରେ ସେ ଅସୁସ୍ଥ ଥିଲେ।

  • Tags:

Subscribe

National International State Sports Entertainment