ବଜ୍ରରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ: ମେ ୩୧ ରେ ଭୋଟ, ଜୁନ ୩ରେ ଗଣତି ଭୁବନେଶ୍ୱର, ମେ ୨(ଖେବର ଓଡିଶା): Share story: ବଜ୍ରରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଉପନିର୍ବାଚନ ପାଇଁ ମେ ୪ ତାରିଖରେ ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି । ଏହାପରେ ମେ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ । ମେ ୧୨ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବ ଏବଂ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟାହାର କରାଯିବ । ମେ ୩୧ ତାରିଖରେ ଭୋଟ ଗ୍ରହଣ ହେବ । ଏହାସହିତ ଜୁନ ୩ ତାରିଖରେ ଭୋଟ ଗଣତି କରାଯିବ । କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲିପଡିଛି ବ୍ରଜରାଜନଗର ଆସନ । ତେବେ ଉପନିର୍ବାଚନ ନେଇ ବିଧିବଦ୍ଧ ଭାବେ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଖବର ଓଡ଼ିଶା, Reporter, 02/05/2022