ପଞ୍ଚାୟତ ନିର୍ବାଚନ ପୁର୍ବରୁ ପୌର ନିର୍ବାଚନ ନକଲେ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବାକୁ ବିଜେପିର ଚେତାବନୀ
Khabar Odisha:BJP-warns-of-impeachment-motion-against-Election-Commission-if-municipal-elections-are-not-held-before-panchayat-elections

ଭୁବନେଶ୍ୱର, ଜୁଲାଇ ୨୫(ଖବର ଓଡ଼ିଶା): ରାଜ୍ୟରେ ବିନା ନିର୍ବାଚିତ ପ୍ରତିନିଧୀରେ ଅଧୀକାରିଙ୍କ ଦ୍ୱାରା ପରିଚାଳିତ ହେଉଛି ଏନସି,ମ୍ୟୁନିସିପାଲିଟି ଏବଂ ପୌରାଞ୍ଚଳ । ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଏହିଭଳି ଅଭିଯୋଗ ନେଇ ଆଜି ରାଜ୍ୟ ବିଜେପି ରାଜ୍ୟ ସରକାର ଏବଂ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି । 

ତେବେ ଏହା ସହିତ ରାଜ୍ୟ ସରକାର ନିର୍ବାଚନ ପାଇଁ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ବିଜେପି ହାଇକୋର୍ଟକୁ ଯିବା ସହ ଭାରତୀୟ ନିର୍ବାଚନ କମିଶନଙ୍କୁ ମହାଅଭିଯୋଗ ପ୍ରସ୍ତାବରେ ବହିଷ୍କାର କରାଯାଏ ସେମିତି ରାଜ୍ୟ ନିର୍ବାଚନ କମିଶନଙ୍କୁ ମଧ୍ୟ ବହିଷ୍କାର କରାଯାଇପାରିବ ବୋଲି ଚେତାବନୀ ଦେଇଛି । ୨୦୧୮ ପରଠାରୁ ରାଜ୍ୟରେ କୌଣସି ପୌରପାଳିକା ନିର୍ବାଚନ ଅନୁଷ୍ଠିତ ହୋଇନାହିଁ। ବିଜେପି ପକ୍ଷରୁ ପିତାମ୍ବର ଆଚାର୍ଯ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନି କରି ପଞ୍ଚାୟତ ନିର୍ବାଚନ ପୁର୍ବରୁ ପୌର ନିର୍ବାଚନ କରିବାକୁ ଦାବି କରିଛନ୍ତି ।

  • Tags:

Subscribe

National International State Sports Entertainment