ଖବର ଓଡିଶା : 05/03/2023
ସର୍ବଭାରତୀୟ ସ୍ତରରେ ଏପ୍ରିଲ ୨୪ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିବାବେଳେ ଓଡ଼ିଶାରେ ବିଜେଡି ସରକାର ମାର୍ଚ୍ଚ ୫ ତାରିଖରେ ଏହାକୁ ପାଳନ କରିବା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ରାଜ୍ୟର ସମସ୍ତ ୩୧୪ଟି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କର୍ମୀ ହାତରେ କଳା ପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିବେ । ଦଳ କହିଛି ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନାହିଁ । ଏହା ସହ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରଶ୍ନ କରିଛି ଦଳ ।ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାର ଆତ୍ମା କାନ୍ଦୁଛି। ଭ୍ରଷ୍ଟାଚାର ଓ ଦୁର୍ନୀତିର କେନ୍ଦ୍ର ବିନ୍ଦୁ ପାଲଟିଯାଇଛି।ଏଣୁ ଆସନ୍ତା କାଲି ରାଜ୍ୟ ସରକାରଙ୍କ ତରଫରୁ ପାଳନ କରାଯାଉଥିବା ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ବିଜେପି ପାଳନ କରିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି କିଏ କରୁଛି, ଆଜି ପର୍ଯ୍ୟନ୍ତ ନୂଆ ତାଲିକା କାହିଁକି ତିଆରି ହୋଇପାରୁନାହିଁ? ମନରେଗାରେ ଦୁର୍ନୀତି କାହିଁକି? ଫଲସ ବିଲ୍ କିଏ କରୁଛି? କାହା ପକେଟକୁ ସେ ଟଙ୍କା ଯାଉଛି? ଜବ କାର୍ଡ ଫ୍ରଡ ହୋଇଛି? ପଞ୍ଚାୟତକୁ ଆସୁଥିବା କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଫାଇନାନ୍ସ କମିଶନ ବା ସିଏଫସି ଟଙ୍କା କୁଆଡେ ଯାଉଛି ବୋଲି ପ୍ରଶ୍ନ କରିଛି ଦଳ ।