ୱାଇଏସ୍‌ଆର୍‌କୁ ଲୋକସଭା ଉପ ବାଚସ୍ପତି ପଦ ଅଫର୍‌ !
Khabar Odisha:BJP-offers-Lok-Sabha-deputy-speaker-post-to-ysr-congress
ନୂଆଦିଲ୍ଲୀ, ଜୁନ ୧୨ (ଖବର ଓଡ଼ିଶା):

ଲୋକସଭା ଉପ ବାଚସ୍ପତି ପଦ ପାଇଁ ବିଜେଡ଼ି ନାଁ ଏବେ ଉଭେଇ ଯାଇଛି । ବିଜେପି ଏହି ପଦ ପାଇଁ ଆନ୍ଧ୍ର ପ୍ରଦେଶର ୱାଇଏସ୍‌ଆର୍‌ କଂଗ୍ରେସକୁ ଅଫର୍‌ ଦେଇଛି । ସେଥିପାଇଁ ବିଜେପି ସାଂସଦ ଜିଭିଏଲ ନରସିହ୍ମାରାଓ ଦଳର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀଙ୍କୁ ଭେଟି ଆଲୋଚନା କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଜଗନ ମୋହନ ଏଥିରେ ନିଷ୍ପତ୍ତି ନେବାକୁ ଅଧିକ ସମୟ ମାଗିଥିବା ଖବର ପ୍ରକାଶ ପାଇଛି । 

ୱାଇଏସଆର କଂଗ୍ରେସର ସଂସଦରେ ୨୨ସାଂସଦ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉପବାଚସ୍ପତି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଜିଭିଏଲ । ଜଗନ ଓ ନରସିହ୍ମା ପ୍ରାୟ ଅଧ ଘଂଟା ଧରି ଆଲୋଚନା କରିଥିଲେ । ପ୍ରଥମେ ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଥିଲା । କିନ୍ତୁ ପରେ ଜଣାପଡିଥିଲା ଯେ ନରସିହ୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହାଙ୍କ ପ୍ରତିନିଧି ଭାବେ ଜଗନଙ୍କୁ ଭେଟିଛନ୍ତି । ମାତ୍ର ଜଗନମାହନ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି । ସେ ବିଚାର ବିମର୍ଷ ପାଇଁ ଅଧିକ ସମୟ ମାଗିଛନ୍ତି  । 

ପୂର୍ବରୁ ବିଜେଡିର ଭର୍ତ୍ତୃହରି ମହାତାବଙ୍କୁ ଉପ ବାଚସ୍ପତି ପଦ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଶିବସେନା ଏହାକୁ ବିରୋଧ କରିଥିଲା । ବିଜେଡ଼ି ବିଜେପି ବିରୋଧରେ ନିର୍ବାଚନ ଲଢ଼ି ଥିବାରୁ ତାଙ୍କୁ ଏହି ପଦ ଦେବା ଉଚିତ ନୁହେଁ ବୋଲି ଶିବସେନା କହିଥିଲା । ସେପଟେ ବିଜେଡ଼ି ସାଂସଦମାନେ ମଧ୍ୟ ଏ ନେଇ କୌଣସି ମୁହଁ ଖୋଲି ନ ଥିଲେ । 

  • Tags:

Subscribe

National International State Sports Entertainment