ନୂଆଦିଲ୍ଲୀ। ଦିଲ୍ଲୀର ସମସ୍ତ ୭୦ଟି ବିଧାନସଭା ଆସନର ଫଳାଫଳ ଆଜି ପ୍ରକାଶ ପାଇବ। ୧୧ଟି ଜିଲ୍ଲାର ୧୯ଟି ଗଣତି କେନ୍ଦ୍ରରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଆମ୍ ଆଦମୀ ପାର୍ଟି (ଆପ୍) ନେତା ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ଓ ଆତିଶୀ ପଛରେ ରହିଛନ୍ତି। ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍ଜିଟ୍ ପୁଲ ସର୍ଭେରେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ଦିଲ୍ଲୀକୁ ଦଖଲ କରିବ।
ରିପୋର୍ଟ ଲେଖାଯିବା ବେଳକୁ ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ୩୩, ଆପ୍ ୧୮ ଓ କଂଗ୍ରେସ ୨ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ପାଇଁ ଦୁଇଟି ଆସନର ଅଗ୍ରଣୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ମୁଖ୍ୟ ମୁକାବିଲା ଆମ୍ ଆଦମୀ ପାର୍ଟି ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ହେବ ବୋଲି କୁହାଯାଉଛି। ତେବେ ଉଭୟ ଦଳ ପାଇଁ ଖେଳରେ ବାଧା ସୃଷ୍ଟି କରିବାର କ୍ଷମତା କଂଗ୍ରେସ ପାଖରେ ରହିଛି। ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ପ୍ରତ୍ୟାବର୍ତ୍ତନ କରେ ନା ଆମ୍ ଆଦମୀ ପାର୍ଟି ହ୍ୟାଟ୍ରିକ୍ ହାସଲ କରିବାରେ ସଫଳ ହୁଏ ତାହା ଦେଖିବାକୁ ବାକି ରହିଲା। ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୋଟ ୬୯୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। କଂଗ୍ରେସ ଓ ଆପ୍ ସମସ୍ତ ୭୦ଟି ଆସନପାଇଁ ପ୍ରାର୍ଥୀ ଦେଇଛନ୍ତି। ବିଜେପି ମୋଟ ୬୮ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ଏହାର ସହଯୋଗୀ ଜେଡିୟୁ ଓ ଏଲଜେପି (ରାମ ବିଳାସ) ୨ଟି ଆସନରେ ନିର୍ବାଚନ ଲଢ଼ିଥିଲେ।
ଅଧିକ ପଢ଼ନ୍ତୁ: ଦିଲ୍ଲୀ ବିଧାନସଭା ନିର୍ବାଚନ: ଭୋଟ୍ ଗଣତି ଜାରି