ଗୁଆହାଟୀ: ଆସାମ ବିଧାନସଭା ନିର୍ବାଚନ-୨୦୨୬ରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ବ ଏନ୍ଡିଏ ଭଲ ପ୍ରଦର୍ଶନ କରିବ। ୯୦ରୁ ୧୦୦ ଆସନରେ ବିଜୟୀ ହେବ। ଆସାମା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଜାତୀୟ ଗଣମାଧ୍ୟମକୁ ଏହା କହିଛନ୍ତି। ଶ୍ରୀ ବିଶ୍ବଶର୍ମା କହିଛନ୍ତି ଯେ, ଆଗାମୀ ବିଧାନସଭା ନିର୍ବାଚନରେ ଏନ୍ଡିଏ ମେଣ୍ଟ ଆସାମରେ ବହୁତ ଭଲ ପ୍ରଦର୍ଶନ କରିବ।
ଶ୍ରୀ ବିଶ୍ବଶର୍ମା କହିଛନ୍ତି ଯେ, ଲୋକସଭା ନିର୍ବାଚନ-୨୦୨୪ରେ ବିଜେପି ୧୧ଟି ଆସନରେ ନିର୍ବାଚନ ଲଢ଼ିଥିଲା ଏବଂ ୯ଟିରେ ବିଜୟୀ ହୋଇଛି। ଏନ୍ଡିଏର ସହଯୋଗୀ ଦଳ ଆସାମ ଗଣ ପରିଷଦ (ଏଜିପି) ୨ଟି ନିର୍ବାଚନ ମଣ୍ଡଳୀରେ ଲଢ଼ିଥିଲା। ଏଥିରୁ ଗୋଟିଏ ଆସନରେ ଜିତିଥିଲା। ୟୁନାଇଟେଡ ପିପୁଲସ ପାର୍ଟି ଲିବେରାଲ ଗୋଟିଏ ଆସନରେ ଲଢ଼ି ବିଜୟୀ ହୋଇଥିଲା। ମୋଟ ୧୪ ଆସନରୁ ଏନ୍ଡିଏକୁ ୧୧ଟି ଆସନରେ ବିଜୟ ମିଳିଥିଲା।
ଆସାମ ବିଧାନସଭା ୧୨୬ ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ। ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ୯୩ଟି ଆସନରେ ଲଢ଼ିଥିଲା ଏବଂ ୬୦ଟିରେ ବିଜୟୀ ହୋଇଥିଲା। ଆସାମ ଗଣପରିଷଦ ୨୯ଟି ଆସନରେ ଲଢ଼ଥିଲା ଏବଂ ୯ଟିରେ ବିଜୟୀ ହୋଇଥିଲା। ସେହିପରି ୟୁନାଇଟେଡ ପିପୁଲ ପାର୍ଟି ଲିବେରାଲ ୧୧ଟି ଆସନରେ ଲଢ଼ି ସେଥିରୁ ୬ଟି ଆସନରେ ବିଜୟୀ ହୋଇଥିଲା।