ମାହାଙ୍ଗା ହତ୍ୟା ଘଟଣାରେ ବିଜେଡିକୁ ଚେତାବନୀ ଦେଲା ବିଜେପି, କାର୍ଯ୍ୟାନୁଷ୍ଠାନ ନ ନେଲେ ଆନ୍ଦୋଳନ ହେବ
Khabar Odisha:BJP-Targets-BJD-for-Mahanga-Murder--case
ଭୁବନେଶ୍ୱର, ଜାନୁଆରୀ 04 (ଖବର ଓଡିଶା)

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଚିନ୍ତାଜନକ ହୋଇଛି । ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ସରକାରୀ ଦଳର ନେତା ମାନେ ଚୋରି କରିବା ଆରମ୍ଭ କରିଛନ୍ତି । ଗରିବ ଲୋକମାନଙ୍କ ହକ କୁ ମାରିବାକୁ ଆରମ୍ଭ କରିଛନ୍ତି । ଯିଏ ଏହା ବିରୋଧ ରେ ସ୍ୱର ଉତ୍ତୋଳନ କରିବ ତାକୁ ହତ୍ୟା କରିବ । ଏଭଳି ଜଘନ୍ୟ ଅପରାଧ କେବେ ଓଡ଼ିଶାର ରାଜନୀତି ର ଇତିହାସରେ ନଥିଲା । ନବୀନ ବାବୁଙ୍କ ସମୟରେ ଦେଖିବାକୁ ପାଉଛୁ କହି ଟାର୍ଗେଟ କରିଛନ୍ତି  ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ 

କଂଗ୍ରେସ ଶାସନ ସମୟରେ ଯେଉଁଭଳି ଭାବରେ ବିରୋଧୀଙ୍କୁ ଗୁଣ୍ଡରାଜ କରି ଆଇନ ଶୃଙ୍ଖଳା କୁ ହାତକୁ ନେଇ ବିରୋଧୀ ଦଳ କୁ ଚାପିବାକୁ ଅପାଚେଷ୍ଟା କଂଗ୍ରେସ କରୁଥିଲା ଆଜି ବିଜେଡି ସମାନ ରାସ୍ତାକୁ ଓହ୍ଲାଇଛି । ଆମେ ଆଜି ଚେତାବନୀ ଦେବାକୁ ଚାହୁଁଛୁ, ଯଦି ଏତଲାରେ ନାଁ ଥିବା 13 ଜଣ ଙ୍କୁ ଯଦି ପୋଲିସ 48 ଘଣ୍ଟାରେ  ଜେରା କରିବା ତାଙ୍କ ପଚରା ଉଚାର କରି ପଦକ୍ଷେପ ନନେବ ଦେବେ ବିଜେପି ଆନ୍ଦୋଳନ ପନ୍ଥା ଆପଣାଇବ । ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ । ସରକାରଙ୍କ ମନ୍ତ୍ରୀ ମାଙ୍କୁ ବିରୋଧ କରିବୁ ସେମାନେ ଯେଉଁ ଜାଗା କୁ ଯିବେ ସେଠି ତାଙ୍କୁ କଳା ପତାକା ଦେଖାଯିବ , ତାଙ୍କୁ ବିରୋଧ କରାଯିବ । କୌଣସି ପବ୍ଲିକ ଫଂକ୍ସନରେ ମୁଖମନ୍ତ୍ର ଙ୍କ ଠୁ ଆରମ୍ଭ କରି ମନ୍ତ୍ରୀମାନଙ୍କୁ କାର୍ଯ୍ୟକ୍ରମ କରିବାକୁ ଦିଆଯିବ ନାହିଁ । ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ତାଙ୍କ ଲୋକ ଯାହା କରିଛନ୍ତି ସେଥିରେ ନୟାଚିତ ପଦକ୍ଷେପ ସରକାର ନ ନେଇଛନ୍ତି ସେଯାଏ ଲମ୍ବା ସମୟର ଲଢ଼େଇ ସରକାରଙ୍କ ସହ ଚାଲିବ । ଆଜି ଅବିଭକ୍ତ କଟକ ଜିଲ୍ଲାରେ ଥାନା ଓ ବ୍ଲକ ଆଗେରେ ପ୍ରତିବାଦ ହେଉଛି । ସରକାର ଯଦି ଘଣ୍ଟ ଘୋଡାଇବାକୁ ଚେଷ୍ଟା କରନ୍ତି ତାର ଫଳାଫଳ ଭୟଙ୍କର ହେବ । ଓଡିଶା କୁ ଆମେ ପଶ୍ଚିମବଙ୍ଗ କରିବାକୁ ଦେବୁ ନାହୁଁ ।

  • Tags:

Subscribe

National International State Sports Entertainment