ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିବ ଜନ ସଚେତନତା ଅଭିଯାନ
Khabar Odisha:BJD-to-launch-month-long-Covid-19-awareness-drive-from-Oct-2
ଭୁବନେଶ୍ୱର, ସେପ୍ଟେମ୍ବର ୩୦ (ଖବର ଓଡ଼ିଶା):

ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିବ ଜନ ସଚେତନତା ଅଭିଯାନ । ଚଳିତ ବର୍ଷ କୋଭିଡ୍‌ ମହାମାରୀ ନେଇ ଦଳ ପକ୍ଷରୁ ନଭେମ୍ବର ୨ ତାରିଖ ଯାଏ ରାଜ୍ୟବ୍ୟାପୀ ଜନ ସଚେତନତା ଅଭିଯାନ ଚାଲିବ । ଏନେଇ ଦଳର ସବୁ ସାଂସଦ, ବିଧାୟକ, ଜିଲ୍ଲା ସଭାପତି ଓ କର୍ମକର୍ତ୍ତାଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ପଞ୍ଚାୟତସ୍ତରରେ ଗାଁ ଲୋକଙ୍କୁ ମାସ୍କ ବଣ୍ଟନ ଓ ବ୍ୟବହାର ନେଇ ସଚେତନ କରାଇବେ ଦଳୀୟ ବିଧାୟକ । ସଂକ୍ରମଣକୁ ରୋକିବା ନେଇ ଲୋକଙ୍କୁ ସତର୍କ କରାଇବେ ଦଳୀୟ ନେତା । କୋଭିଡ୍‌ ନିୟମ ପାଳନ, ଟେଷ୍ଟିଂରେ ସହଯୋଗ, ଠିକ ସମୟରେ ଚିକିତ୍ସା, କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବେ । ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ମୋ ପରିବାର ସହିତ ସାମିଲ ହୋଇ କୋଭିଡ୍‌ ସଚେତନତା କାର୍ଯ୍ୟକ୍ରମରୁ ଆଗେଇ ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

  • Tags:

Subscribe

National International State Sports Entertainment