ଭୁବନେଶ୍ୱର :ଓଡ଼ିଶାରେ ନିର୍ବାଚନ ଆଚରଣ ବିଧି ଲାଗୁ ସତ୍ୱେ ଓଡ଼ିଶାରେ ଏକ ଘରୋଇ ଟିଭି ଚ୍ୟାନେଲ ନିର୍ବାଚନ ଆଚରଣ ବିଧି ଉଲଘଂନ କରି ଓଡ଼ିଶା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏକ ଏଗଜିଟ ପୋଲ୍ ପ୍ରକାଶ କରିଥିଲା । ଏହା ସମ୍ପୂର୍ଣ ଭାବରେ ନିର୍ବାଚନ ଆଚରଣ ବିଧି ଉଲଘଂନ କରିଥିବା ଚ୍ୟାନେଲ୍ ର ମାଲିକ ଓ କର୍ମଚାରୀ ଙ୍କୁ ଗିରଫ କରାଯିବା ଦାବୀରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କର୍ମୀ ଧାରଣାରେ ବସିଥିଲେ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି ଯେ,ନିର୍ବାଚନ ସମୟରେ ଏଗଜିଟ ପୋଲ ପ୍ରସାରଣ ନିର୍ବାଚନ ଆଚରଣ ବିଧି ବିରୁଦ୍ଧ ହୋଇଥିଲେ ମଧ୍ୟ ବିଜେଡିର ତୋଷାମଦିଆ ଭଳି କାମ କରୁଥିବା ଟିଭି ଚ୍ୟାନେଲ ଏକ ମିଥ୍ୟା ଏଗଜିଟ ପୋଲ ପ୍ରସାରଣ କରିଥିଲେ। ଯାହାକି ସଂପୂର୍ଣ୍ଣ ଭାବେ ନିର୍ବାଚନ ଆଚରଣ ବିଧି ର ଉଲଙ୍ଘନ କରୁଛି ବିଜେଡ଼ି ।
ହାରିବା ସୁନିଶ୍ଚିତ ଜାଣି ବିଜେଡି ଗଣମାଧ୍ୟମର ଅପବ୍ୟବହାର କରି ଜନମତକୁ ପ୍ରଭାବିତ କରିବାର ଯେଉଁ ଅପଚେଷ୍ଟା ଚଳେଇଛି ସେଥିରେ ଓଡିଶାବାସୀ କେବେବି ପ୍ରଭାବିତ ହେବେନାହିଁ ଏବଂ ଏକ ମୁଖ୍ୟସ୍ରୋତ ଗଣମାଧ୍ୟମ ଭାବରେ ଏହି ଭୁଲ ପାଇଁ ଓଡ଼ିଶାବାସୀଙ୍କ ଆଗରେ ଉତ୍ତରଦାୟୀ । ଏହି ଖବର ପାଇଁ ସଂପୃକ୍ତ ଚ୍ୟାନେଲ ମାଲିକ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏଥି ସହିତ ବିଜେଡ଼ି ନେତା ଭିକେ ପାଣ୍ଡିଆନ ଓ ପ୍ରଣବପ୍ରକାଶ ଦାସ ଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଶ୍ରୀ ସିଂ କହିଛନ୍ତି।
ଆଜି ଏହି ଧାରଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ, ରାମଚନ୍ଦ୍ର ରଣସିଂହ,ରାଜେନ୍ଦ୍ର ଦାସ, ନରେନ ସାହୁ,ପ୍ରଶାନ୍ତ କୁମାର ମହାନ୍ତି,ରଜନୀ ବାଳା ଦାସ, ତୁଳସୀ ବିଶୋଇ, ମନୋଜ ପାତ୍ର, ସୁନିଲ ପ୍ରଧାନ, ଭାରତୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।