ବେଙ୍ଗଲ ନିର୍ବାଚନରେ ବାଲାଂଦେଶୀ ଓ ରୋହିଙ୍ଗ୍ୟା ମାନଙ୍କ ପାଇଁ ଦିଦି ଜିତି ପାରିଛନ୍ତି : କଙ୍ଗନା
Khabar Odisha:Again-Kangana-Ranawat-in-Controversy

ନୂଆଦିଲ୍ଲୀ, ମେ ୩ (ଖବର ଓଡ଼ିଶା): ଗତ କାଲି ବେଙ୍ଗଲ ନିର୍ବାଚନର ଫଳ ପ୍ରକାଶ ପାଇବା ପରେ ଚାରିଆଡେ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି । ମମତାଙ୍କ ବିଜୟକୁ ନେଇ ଅନେକ ଭିନ୍ନ ମତ ରଖୁଛନ୍ତି । ସମାନ ଭାବରେନିଜର ବିବାଦୀୟ ବୟାନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ ମଧ୍ୟ ଦିଦିଙ୍କ ବିଜୟକୁ ନେଇ ନିଜ ମତ ଦେଇ ବିବାଦରେ ପଡିଛନ୍ତି ।

ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କେବଳ ବାଲାଂଦେଶୀ ଓ ରୋହିଙ୍ଗ୍ୟା ମାନଙ୍କ ଭୋଟ୍ ଦ୍ୱାରା ହିଁ ଜିତି ପାରିଛନ୍ତି ବୋଲି କଙ୍ଗନା ଟ୍ୱିଟ୍ କରିଛନ୍ତି । ଆହୁରି ମଧ୍ୟ କଙ୍ଗନା ଲେଖିଛନ୍ତି ଯେ ବର୍ତମାନର ଟ୍ରେଣ୍ଡ ଦେଖିଲେ ଲାଗୁଛି ଯେ ଦିଦିଙ୍କୁ ହିନ୍ଦୁ ଭୋଟ୍ କମ ମିଳିଛି ଓ କବଳ ହିଁ ବାଂଲାଦେଶୀଙ୍କ ଭରସାରେ ଦିଦି ନିର୍ବାଚନ ବୈତରଣୀ ପାର ହୋଇଛନ୍ତି ।

କଙ୍ଗନାଙ୍କ ଏହି ଟ୍ୱିଟ୍ ପରେ ଏବେ ଯୋରଦାର ବିବାଦ ଦେଖିବାକୁ ମିଳୁଛି । ବିଜେପି ସମର୍ଥକ ମାନେ କଙ୍ଗନାଙ୍କ ଏହି ମନ୍ତବ୍ୟକୁ ସଠିକ୍ ଦର୍ଶାଉଥିବା ବେଳେ ଟିଏମସି ସମର୍ଥକ ମାନେ କଙ୍ଗନା କେବଳ ହିନ୍ଦୁ ମୁସଲିମ୍ ବାଦ୍ କରୁଛନ୍ତି ବୋଲି ମତ ଦେଉଛନ୍ତି ।

ତେବେ ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ପୂର୍ବ ବିଧାନସଭା ନିର୍ବାଚନ ଅପେକ୍ଷା ଭାଜପା ପଶ୍ଚିମବଙ୍ଗରେ ଅନେକ ଗୁଣାରେ ଭଲ ପ୍ରଦର୍ଶନ କରିଛି ।

  • Tags:

Subscribe

National International State Sports Entertainment