ରାଜ୍ୟରେ ବିଦ୍ୟୁତ ଶୁକ୍ଳ ବୃଦ୍ଧି ନେଇ ହାଇକୋର୍ଟରେ ମାମଲା
Khabar Odisha:A-case-has-been-filed-in-the-High-Court-over-an-increase-in-electricity-tariffs-in-the-state

 ରାଜ୍ୟରେ ବିଦ୍ୟୁତ ଶୁକ୍ଳ ବୃଦ୍ଧି ନେଇ ହାଇକୋର୍ଟରେ ମାମଲା

ଭୂବନେଶ୍ୱର,୫ଏପ୍ରିଲ(ଖବର ଓଡିଶା); ଗତ ଛମାସ ମଧ୍ୟରେ ଦୁଇ ଦୁଇ ଥର ଦର ବୃଦ୍ଧି କରାଯାଇଥିବା ବେଳେ ଏହାକୁ ନେଇ ଲୋକମାନଙ୍କ ଭିତରେ ଅଶାନ୍ତି ଦେଖା ଦେଇଥିବା ବେଳେ ଭାରତିୟ ବିକାଷ ପରିଷଦ ତରଫରୁ ଆଜି ହାଇକୋର୍ଟରେ ଏକ ମାମଲା ଦାଖଲ କରାଯାଇଛି । ମାମଲାରେ ଶକ୍ତି ବିଭାଗ ସହିତ ୬ ଜଣଙ୍କୁ ପକ୍ଷଭୂକ୍ତ କରାଯାଇଛି ।

ଆବେଦନରେ ଦର୍ଶଯାଇଛି ଯେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ବିଦ୍ୟୁତ ଉତ୍ପାଦନ ସ୍ଥିତି ଭଲ ଅଛି ସେହି ଦୃଷ୍ଟିରୁ ବିଦ୍ୟୁତ ଦର ବୃଦ୍ଧି ନିଷ୍ପତି ସ୍ଥଗିତ କରିବାକୁ ଅବେଦନକାରୀ ପ୍ରର୍ଥନା କରିଛନ୍ତି ।

ତେବେ ରାଜ୍ୟରେ ବିଦ୍ୟୁତ ବିତରକ କମ୍ପାନି ମାନଙ୍କର ଦାୟିତ୍ୱ ଟାଟା କମ୍ପାନି ନେବା ପରେ ରାଜ୍ୟରେ ଲଗାତାର ବିଦ୍ୟୁତ ଦର ବୃଦ୍ଧି ନେଇ ସାଦାରଣରେ ପ୍ରଶ୍ନ ଉଠିଛି । ଏହାକୁ ନେଇ ରାଜ୍ୟର ରାଜନୀତି ସରଗରମ ଥିବା ବେଳେ, ବିଧାନସଭାରେ ରାଜ୍ୟ ସରକାର ଏହି ବିଷୟ ଉପରେ ଆଲୋଚନା କରିବାକୁ କହି ପର ମୁହୂର୍ତ୍ତରେ ଏଥିରୁ ଓହରି ଯାଇଥିଲେ । 

କରୋନା ମାହାମାରି ଭଳି ସ୍ଥିତିରେ ରାଜ୍ୟ ସରକାର ଗତ ଛମାସ ଭିତରେ ଦୁଇ ଦୁଇ ଥର ଦର ବୃଦ୍ଧି କରିବା ସାଧାରଣ ଖାଉଟି ମାନଙ୍କ ଉପରେ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି ।

  • Tags:

Subscribe

National International State Sports Entertainment