ଖବର ଓଡ଼ିଶା: କଟକ ତେଲେଙ୍ଗାପେଣ୍ଠ ସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ୧୫୫ତମ ରାଜ୍ୟ ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଛନ୍ତି । ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ସ୍ୱଚ୍ଛତା ଅଭିଯାନ, ଫଟୋ ପ୍ରଦର୍ଶନୀ ସେଣ୍ଟର ଉଦଘାଟନ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ସ୍ମୃତି ପୀଠର ଉନ୍ନତିକରଣ ଦିଗରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଗାନ୍ଧୀ ହେଉଛନ୍ତି ମାନବ ଜାତିର ସମ୍ପଦ । ସତ୍ୟ, ଶାନ୍ତି, ଅହିଂସା ବାର୍ତ୍ତା ନେଇ ଆଗେଇ ଯିବାକୁ ଆହ୍ୱାନ ଦେଇଥିଲେ । ଓଡିଶାକୁ ୭ ଥର ଆସିଥିଲେ ଗାନ୍ଧୀ । ପ୍ରାଣୀ ମଧ୍ୟରେ ସେ ପ୍ରଭେଦ ଦେଖନ୍ତିନାହିଁ । ଓଡିଶା ଗସ୍ତ ସମୟରେ ଦଳିତ ଓ ଅବହେଳିତମାନଙ୍କୁ ସାମାଜିକ ନ୍ୟାୟ ଓ ଲୋକମାନଙ୍କୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଗାନ୍ଧିଜୀଙ୍କ ଥିଲା ମୂଳମନ୍ତ୍ର। ପ୍ରାର୍ଥନା, ଅନଶନ ଓ ଅନୁତାପ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆପଣେଇବା ଆବଶ୍ୟକ । ୨୪ ବର୍ଷ ପରେ ନୂଆ ସରକାର ଆସିଛି । ଲୋକଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ ମହାତ୍ମାଗାନ୍ଧୀ କଟକ ଗସ୍ତରେ ଆସିଥିଲା ବେଳେ ତେଲେଙ୍ଗାପେଣ୍ଠ ସ୍ଥିତ ସ୍ମୃତି ପୀଠ ରେ ରାତ୍ରି ଯାପନ କରିଥିଲେ। ଏହି ପଡିଆରେ ପ୍ରାର୍ଥନା ସଭାରେ ଯୋଗଦେଇଥିଲେ ସହସ୍ର ଓଡ଼ିଆ । ଅନ୍ୟ ଏକ କଟକ ର ଐତିହ ସ୍ୱରାଜ ଆଶ୍ରମ ରେ ମଧ୍ୟ ତିନି ଥର ରାତ୍ରି ଯାପନ କରିଛନ୍ତି ମହାତ୍ମାଗାନ୍ଧୀ। ତେଣୁ ସେହିସ୍ଥାନ ମଧ୍ୟ ସ୍ମୃତି ପୀଠ । ସୁସ୍ଥ ସମାଜ ଗଠନ ଦିଗରେ ଯୁବ ଶକ୍ତି ମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସ୍ମୃତି ପୀଠ ଏକ ବଳିଷ୍ଠ ଉଦାହରଣ ସାଯିବ । କଟକ ଭୁବନେଶ୍ୱର ମଧ୍ୟରର ତେଲେଙ୍ଗାପେଣ୍ଠ ଅଂଚଳ କୁ ଆହୁରି କିପରି ବିକାଶ କରିହେବ ସେ ନେଇ ସରକାରୀ ସ୍ତରରେ ଅନେକ ଯୋଜନାମାନ ନିଆଯିବ ବୋଲି କହିଛନ୍ତି ସାଂସଦ।
ସମାରୋହ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଅଢଙ୍ଗଡିହ ବାସିନ୍ଦା ଅନ୍ତର୍ଯ୍ୟାମୀ ବେହେରାଙ୍କ ଘରେ ମଧ୍ୟାନ ଭୋଜନ କରିଥିଲେ. ଏହି ଅବସରରେ ଅଢଙ୍ଗଡିହର ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦାପନା କରି ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।