ଓଡିଶାକୁ ଲୁଟିବା ପାଇଁ ହାତ ମିଳାଇଛନ୍ତି ନବୀନ ଓ ରାହୁଲ ! ଆସନ୍ତା ୨୫ ତାରିଖରେ ରାହୁଲଙ୍କ ମୁଖା ଖୋଲିବି-ଶ୍ରୀକାନ୍ତ
Khabar Odisha:Odisha-politics-Rahul-Gandhi-Naveen-Patnaik-Congress-Biju-janata-dala
ଭୁବନେଶ୍ୱର, ୨୦ ଜାନୁଆରୀ (ଖବର ଓଡିଶା)-

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି  । ରାହୁଲ ଗାନ୍ଧୀ ଖଣିମାଫିଆଙ୍କ ସହ ମହାଗଠବନ୍ଧନ କରିଛନ୍ତି  । ଓଡିଶାର ଅନ୍ତବୁଜୁଳାକୁ ଲୁଟ କରିବା ରେ କଂଗ୍ରେସର ପଟ୍ଟନାୟକ, ନବୀନ ପଟ୍ଟନାୟକ ଓ ରାହୁଲ ଗାନ୍ଧୀ ହାତ ମିଳାଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଶ୍ରୀକାନ୍ତ ଜେନା  ।

ଶ୍ରୀକାନ୍ତ ଜେନା କହିଛନ୍ତି କଂଗ୍ରେସର କଲଚର କେବେ ନଥିଲା ଖଣିମାଫିଆଙ୍କ ହାତରେ ରହିବ  । ପ୍ରଥମ ଥର କରି ରାହୁଲ ଗାନ୍ଧୀଙ୍କ ପରି ନେତା କଂଗ୍ରେସକୁ ଏହି ସ୍ତରକୁ ନେଇଛନ୍ତି  । ଓଡିଶାର ଖଣିଲୁଟ ପଇଷାରେ ରାହୁଲ ଗାନ୍ଧୀ ରାଜନୀତି କରିବା ପାଇଁ ଚାହୁଁଛନ୍ତି  । ବର୍ତମାନ ଲଢେଇ ଆରମ୍ଭ ହୋଇଯାଇଛି  । ଏହି ଲଢେଇ ଆରପାରର ଲଢେଇ  । ଗୋଟିଏ ପଟେ ପଟ୍ଟନାୟକ ବ୍ରଦର୍ସ ଓ ଅନ୍ୟପଟେ ଓଡିଶାର ସାଧାରଣ ଜନତା  । ଓଡିଶା କଂଗ୍ରେସ ମୁଖିଆଙ୍କୁ ଅସଲମୁଖା ପୂର୍ବରୁ ଲୋକେ ଜାଣିଛନ୍ତି  । ଯେହେତୁ ଖଣିମାଫିଆଙ୍କ ବିରୋଧରେ ମୁହଁ ଖୋଲିଥିଲେ ସେଥିପାଇଁ ତାଙ୍କୁ ବିରୋଧ କରାଯାଇଥିବା ସେ ପ୍ରକାଶ କରିଛନ୍ତି  । ସେ କହିଛନ୍ତି ରାହୁଲ ଗାନ୍ଧୀଙ୍କର ଅସଲ ଚେହେରା କଣ ତାହା ଆସନ୍ତା  ୨୫ ତାରିଖ ସକାଳେ ଖୁଲାସା କରାଯିବ  ।

Subscribe

National International State Sports Entertainment