ନୂଆଦିଲ୍ଲୀ: ସାରା ବିଶ୍ୱରେ ‘ଏକ୍ସ’ ତଥା ପୂର୍ବର ‘ଟୁଇଟର୍’ ଅଚଳ ହୋଇଯାଇଛି । ଶୁକ୍ରବାର ରାତି ୮ଟା ୩୦ ସମୟରେ ସର୍ଭର୍ ଡାଉନ୍ ହୋଇଛି । କ୍ରମାଗତ ଭାବେ ତିନି ଦିନରେ ଦ୍ୱିତୀୟ ଥର ପାଇଁ ଅଚଳ ହୋଇଥିବାବେଳେ ହଜାର ହଜାର ୟୁଜର୍ସ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଏକ୍ସ ସର୍ଭର୍ ଡାଉନ ହେବା ଦ୍ୱାରା ବିଶ୍ୱରେ ପ୍ରାୟ ୭୪ ହଜାର ଏବଂ ଭାରତରେ ୬,୨୦୦ ୟୁଜର୍ସ ପ୍ରଭାବିତ ହୋଇଛନ୍ତି । କିଛି ବି ସର୍ଚ୍ଚ କଲେ ତ୍ରୁଟି ଦେଖାଉଛି । କେହି କେହି ଆପ୍ଲିକେସନ୍ କିମ୍ବା ୱେବସାଇଟରେ ଅସୁବିଧା ରହିଛି ଏବଂ କେହି ସର୍ଭରକୁ ଦାୟୀ କରିଛନ୍ତି । ପ୍ରାୟ ୫୬ ପ୍ରତିଶତ ୟୁଜର୍ସ ଆପ୍ଲିକେସନରେ ତ୍ରୁଟି ପାଇଥିବାବେଳେ ୩୯ ପ୍ରତିଶତ ୱେବସାଇଟ୍ ଖୋଲିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତେବେ ଏକ୍ସ ଏ ନେଇ କୌଣସି ଆନୁଷ୍ଠାନିକ ବିବୃତ୍ତି ଜାରି କରିନାହିଁ ।
ଚଳିତ ମାସ ୧୩ ତାରିଖ, ଗତ ବର୍ଷ ଜୁଲାଇ, ଅଗଷ୍ଟ, ଅକ୍ଟୋବର ଏବଂ ନଭେମ୍ବରରେ ମଧ୍ୟ ସମ୍ମାନ ସମସ୍ୟା ଦେଖାଦେଇଥିଲା ।