ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ ହେଲା ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡ଼ିୟମ
Khabar Odisha:world-largest-cricket-stadium-in-the-name-of-pm-modi
ଭୁବନେଶ୍ୱର, ଫେବୃଆରୀ 24 (ଖବର ଓଡିଶା) :

କ୍ରୀଡାପ୍ରେମୀଙ୍କ ପାଇଁ ଖୁସିଖବର । ଗୁଜୁରାଟରେ ଉଦଘାଟିତ ହେଲା ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡ଼ିୟମ । ଆଜି ଗୁଜୁରାଟର ଅହମ୍ମଦାବାଦ ସହର ନିକଟରେ ଥିବା ମୋଟେରାଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଉଦଘାଟିତ ହୋଇଛି ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡ଼ିୟମ । ଏହି ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡ଼ିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ କରାଯାଉଛି । 

ଗୁଜୁରାଟର ଅହମ୍ମଦାବାଦରେ ଥିବା ମୋଟେରାରେ ନିର୍ମିତ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡ଼ିୟମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ୱାରା ଉଦଘାଟନ କରିଛନ୍ତି । ରାଷ୍ଟ୍ରପତିଙ୍କ ସହ ଉଦଘାଟନ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କ୍ରିଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ବିସିସିଆଇ ସମ୍ପାଦକ ଜୟ ଶାହା ଯୋଗ ଦେଇଥିଲେ । ବିଶ୍ୱର ସର୍ବବୃହତ ଏହି ଷ୍ଟାଡ଼ିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ କରାଯାଇଛି । 

ମୋଟେରା ଷ୍ଟାଡ଼ିୟମ ଅଣ୍ଡାକୃତି ଭାବରେ ନିର୍ମିତ ହୋଇଛି । ଏହା ୬୩ ଏକର ଜମି ଉପରେ ନିର୍ମାଣ କରାଯାଇଛି । ଏହାର ଦର୍ଶକ କ୍ଷମତା ୧ ଲକ୍ଷ ୩୨ହଜାର ରହିଛି । ଉଦଘାଟନ ପରେ ପ୍ରଥମେ ଏଠାରେ ଭାରତ-ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟ୍ ମ୍ୟାଚ୍ ଆରମ୍ଭ ହୋଇଛି ।

  • Tags:

Subscribe

National International State Sports Entertainment