ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ପାକିସ୍ତାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଭାରତର ସମାରିକ ଅପରେସନ୍ ‘ଅପରେସନ୍ ସିନ୍ଦୂର’ କେବଳ ଭାରତ ଓ ପାକିସ୍ତାନ ଭିତରେ ସୀମିତ ନାହିଁ, ଏହାକୁ ନେଇ ସାରା ବିଶ୍ୱରେ ଆଲୋଚନା ସୃଷ୍ଟି ହେଉଛି। ଆତଙ୍କବାଦୀ ବିରୁଦ୍ଧରେ ଭାରତୀୟ ସେନାର ଦ୍ରୁତ ଓ ସଠିକ କାର୍ଯ୍ୟାନୁଷ୍ଠାନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଏପରିକି ପାକିସ୍ତାନ ନିଜେ ସ୍ୱୀକାର କରିଛି ଯେ, ଅପରେସନ୍ ସିନ୍ଦୂର ଜରିଆରେ ଭାରତ ସେମାନଙ୍କୁ ବହୁତ କ୍ଷତି ପହଞ୍ଚାଇଛି।
ପାକିସ୍ତାନରେ ଲୁଚିଥିବା ଆତଙ୍କୀ ଶିବିର ଉପରେ ଆକ୍ରମଣ କରି ଭାରତ ଆରମ୍ଭ କରିଥିଲା ଅପରେସନ୍ ସିନ୍ଦୂର ଅଭିଯାନ। ଏହି ଅପରେସନକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଥିଲା । ଅପରେସନ ସିନ୍ଦୂରକୁ ନେଇ ଯେଉଁପରି ଯୋଜନା କରାଯାଇଥିଲା, ତାହା ଶହେ ପ୍ରତିଶତ କାର୍ଯ୍ୟକାରୀ ହୋଇଥିଲା । ଗୋଟିଏ ପଟେ ଅପରେସନ୍ କରାଯାଉଥିଲା, ଆଉ ଗୋଟିଏ ପଟେ ଅପରେସନ୍ ବିଷୟରେ ସୂଚନା କିପରି ଦିଆଯିବ ତାହା ମଧ୍ୟ ସ୍ଥିର କରାଯାଉଥିଲା । ଏହା ଉପରେ କାମ ଦ୍ରୁତ ଗତିରେ ଚାଲିଥିଲା । ଏହାକୁ ନେଇ ଏମିତି ଏକ ଲୋଗୋ ତିଆରି କରାଯାଇଥିଲା ଯାହା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକୁ ବର୍ଣ୍ଣନା କରିଥିଲା। ତା'ପରେ ଅପରେସନ ସିନ୍ଦୂରକୁ ନେଇ ଲୋଗୋ ତିଆରି ହୋଇଥିଲା । ଏହି ଲୋଗୋଟି ସେନା ମୁଖ୍ୟାଳୟରେ ନିଯୁକ୍ତ ସେନା ଅଧିକାରୀ ତିଆରି କରିଥିଲେ । କର୍ଣ୍ଣେଲ ହର୍ଷ ଗୁପ୍ତା ଏବଂ ହାବିଲଦାର ସୁରିନ୍ଦର ସିଂହ ଏହାର ଡିଜାଇନ ତିଆରି କରିଥିଲେ । ସେନା ପକ୍ଷରୁ ଉଭୟଙ୍କ ଫଟୋ ଜାରି କରାଯାଇଛି ।
ଅଧିକ ପଢନ୍ତୁ: ଗୁୟାନାରୁ ଗର୍ଜିଲେ ଶଶି ଥରୁର; ପାକିସ୍ତାନକୁ ଚେତାବନୀ ଦେଇ କହିଲେ, ଆମ ଉପରେ ଆଉ ଥରେ ଆକ୍ରମଣ କଲେ ପରିଣାମ...
୪୫ ମିନିଟରେ ତିଆରି ହୋଇଥିଲା ଲୋଗୋ
ଯେତେବେଳେ ଅପରେସନର ତାରିଖ ୭ ମେ’ ସ୍ଥିର କରାଯାଇଥିଲା, ସେତେବେଳେ ଏହାର ପ୍ରସ୍ତୁତି ଆରମ୍ଭ ହୋଇସାରିଥିଲା । ଏହି ଅପରେସନ୍ ଏବଂ ଏହାକୁ ବିଶ୍ୱ ସମ୍ମୁଖରେ କିପରି ଉପସ୍ଥାପନ କରାଯିବ ତାହାର ପ୍ରସ୍ତୁତି ପ୍ରତିରକ୍ଷା ମନ୍ତ୍ରଣାଳୟରେ ମେ’ ୫ ତାରିଖରୁ ଆରମ୍ଭ ହୋଇଥିଲା । ବରିଷ୍ଠ ସାମରିକ ଅଧିକାରୀମାନଙ୍କୁ ସେଠାରେ ଦୁଇ ଦିନ ପାଇଁ ରହିବାକୁ ପଡ଼ିଥିଲା । ସେହିଦିନ ରାତିରେ ଅନ୍ୟ କିଛି ଅଧିକାରୀଙ୍କୁ ମଧ୍ୟ କାର୍ଯ୍ୟାଳୟକୁ ଡକାଯାଇଥିଲା ।
ପାକିସ୍ତାନ ଉପରେ ହଠାତ୍ ଆକ୍ରମଣ ହେବା ସହିତ, ସାମରିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଥିଲା ଯେ ସମଗ୍ର ଅପରେସନକୁ ଦେଶବାସୀଙ୍କ ସମ୍ମୁଖରେ ପ୍ରକାଶ କରିବାକୁ ପଡିବ। ଏପରି ପରିସ୍ଥିତିରେ ସେମାନଙ୍କୁ ଏକ ପ୍ରତୀକ ଆବଶ୍ୟକ ହେବ। ଏହି ପ୍ରତୀକ ଏପରି ହେବା ଉଚିତ ଯେ ଏହା ଭାରତୀୟଙ୍କ ତ୍ୟାଗ ଏବଂ ସେନାର ବୀରତ୍ୱ ଏବଂ ପରାକ୍ରମକୁ ଏକତ୍ର ପ୍ରଦର୍ଶିତ କରିବ। ଏପରି ପରିସ୍ଥିତିରେ, ଏହି ଦାୟିତ୍ୱ ସେନା ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ହର୍ଷ ଗୁପ୍ତା ଏବଂ ହାବିଲଦାର ସୁରିନ୍ଦର ସିଂହଙ୍କୁ ଦିଆଯାଇଥିଲା।
ସୂତ୍ର ଅନୁସାରେ, ଅପରେସନ ସିନ୍ଦୂରର ଲୋଗୋ ମାତ୍ର ୪୫ ମିନିଟରେ ପ୍ରସ୍ତୁତ ହୋଇଯାଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସିନ୍ଦୂରର ସଫଳତା ବିଷୟରେ ସୂଚନା ଦେଇଥିଲେ । ରିଲିଜ ସମୟରେ ଏହା ଉପରେ ଜାରି କରିବାର ସମୟ ଲେଖାଥିଲା । ସମୟ ଥିଲା ରାତି ୧:୪୪। ଠିକ୍ ୬ ମିନିଟ୍ ପରେ, ରାତି ୧:୫୧ ରେ, ଭାରତୀୟ ସେନାର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଅପରେସନ ସିନ୍ଦୂରର ସଫଳତା ଘୋଷଣା କରାଯାଇଥିଲା । ଅପରେସନ ସିନ୍ଦୂରର ଲୋଗୋ ସହିତ "ପ୍ରତିଶୋଧ ସମ୍ପୂର୍ଣ୍ଣ" ଲେଖାଯାଇଛି ।