ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ପରେ, ଯେଉଁ କଂଗ୍ରେସ ନେତାଙ୍କ ବିଷୟରେ ସବୁଠାରୁ ଅଧିକ ଆଲୋଚନା ହେଉଛି ସେ ହେଉଛନ୍ତି ଶଶି ଥରୁର। ଏବେ ଶଶି ଥରୁର ଅପରେସନ୍ ସିନ୍ଦୂର ପାଇଁ ବିଦେଶରେ ଭାରତ ପକ୍ଷରୁ ପ୍ରତିନିଧ୍ୱିତ୍ୱ କରୁଥିବା ବେଳେ ରାଜନୈତିକ ମଞ୍ଚରେ ସେ ଦେଇଥିବା ବୟାନ୍ ପୁଣି ଥରେ କଂଗ୍ରେସ ଦଳକୁ ଆଶ୍ଚର୍ଯ୍ୟ କରାଇଛି । ଗୁୟାନାରୁ ପାକିସ୍ତାନକୁ ସିଧାସଳଖ ଚେତାବନୀ ଦେଇ ଶଶୀ ଥରୁର କହିଛନ୍ତି, ‘ଭାରତର ଉଦ୍ଦେଶ୍ୟ ଥିଲା କେବଳ ପ୍ରତିଶୋଧ ନେବା । ପାକିସ୍ତାନ ସହିତ ଦୀର୍ଘ ଯୁଦ୍ଧ ଚାହୁଁନଥିଲା ଭାରତ କିନ୍ତୁ ଯଦି ପାକିସ୍ତାନ ପୁଣି ଥରେ ଆକ୍ରମଣ କରିବାକୁ ସାହସ କରେ, ତେବେ ଆମର ଜବାବ ପୂର୍ବ ଅପେକ୍ଷା ଅଧିକ ଆକ୍ରମଣାତ୍ମକ ହେବ’।
ଅଧିକ ପଢନ୍ତୁ: ସର୍ବାଧିକ ଥର ଉଚ୍ଚତମ ପର୍ବତ ଚଢିବାରେ ରେକର୍ଡ; କିଏ ସେ ବ୍ୟକ୍ତି, ଯିଏ ୩୧ ଥର ପାଇଁ ଚଢିଲେ ଏଭରେଷ୍ଟ ପର୍ବତ
ଭାରତର ପଦକ୍ଷେପ କେବଳ ଆତଙ୍କବାଦୀ ଗତିବିଧି ରୋକିବା ପାଇଁ ଓ ଶାନ୍ତି ସ୍ଥାପନ କରିବା ପାଇଁ ଥିଲା ବୋଲି କହିଛନ୍ତି ଥରୁର । ‘ଭାରତ ଶାନ୍ତିରେ ବିଶ୍ୱାସ କରେ, କିନ୍ତୁ ଯଦି କେହି ଭାରତ ଉପରେ ଆକ୍ରମଣ କରେ, ତେବେ ସେମାନଙ୍କୁ ତାହାର ମୂଲ୍ୟ ଦେବାକୁ ପଡିବ’ ବୋଲି ଅପରେସନ୍ ସିନ୍ଦୁର ଜରିଆରେ ବିଦେଶ ମାଟିରେ ଚେତାବନୀ ଦେଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର ।
ଜମ୍ମୁ-କଶ୍ମୀରର ପହାଲଗାମରେ ୨୨ ଏପ୍ରିଲରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ନିରୀହ ଲୋକଙ୍କ ନିହତ ପରେ, ଭାରତ ସରକାର ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଦ୍ୟଢ କାର୍ଯ୍ୟାନୁଷ୍ଠାନ ନେଇଥିଲା । ‘ଅପରେସନ ସିନ୍ଦୂର’ ଜରିଆରେ ପାକିସ୍ତାନରେ ଥିବା ଆତଙ୍କୀ ଶିବିର ଉପରେ ଭାରତ କରିଥିଲା ଏୟାର ଷ୍ଟ୍ରାଇକ୍ ଯେଉଁଥିରେ ଜଇଶ୍-ଇ-ମହମ୍ମଦ୍, ଲଶ୍କର୍-ଇ-ତୋଇବା ଓ ହିଜ୍ବୁଲ୍ ମୁଜାହିଦିନ୍ ଭଳି ଆତଙ୍କବାଦୀ ଗୋଷ୍ଠୀମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା ।