ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ମଧ୍ୟପ୍ରଦେଶ ତ୍ୱିଷା ଶର୍ମା ମୃତ୍ୟୁର ଅଡ଼ୁଆ ସୂତାର ଖିଅ ଖୋଲିବ ସିବିଆଇ । ତ୍ୱିଷାଙ୍କ ମାମଲାର ତଦନ୍ତ କରିବା ସିବିଆଇ । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପାରିଶ କରିଛନ୍ତି । ସିବିଆଇ ତଦନ୍ତରେ ସିବିଆଇ ଏହି ଚର୍ଚ୍ଚିତ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇ ପାରେ ବୋଲି ଆଶା କରାଯାଉଛି ।
ସେପଟେ ତ୍ୱିଷା ଶର୍ମାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଆୟୁଷ ତିୱାରୀ ତାଙ୍କ ଶାଶୁ ଘର ବିରୁଦ୍ଧରେ ଆଉ ଏକ ପ୍ରମାଣ ଦାଖଲ କରିଛନ୍ତି । ମୃତ୍ୟୁ ପୂର୍ବରୁ ତ୍ୱିଷା ଏବଂ ତାଙ୍କ ଶାଶୁ ଗିରିବାଳା ସିଂହଙ୍କ ମଧ୍ୟରେ ୱାଟସଆପ୍ ରେ ହୋଇଥିବା ବାର୍ତ୍ତାଳାପର ପ୍ରମାଣ ଦେଇଛନ୍ତି । ଯେଉଁଥିରେ ତ୍ୱିଷାଙ୍କୁ କ୍ରମାଗତଭାବେ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବାରେ ବଡ଼ ଦାବି କରିଛନ୍ତି ଓକିଲ ।
ସେହିପରି ଶାଶୁ ଗିରିବାଳାଙ୍କୁ ତୁରନ୍ତ ଅଗ୍ରୀମ ଜାମିନ ମିଳିବାକୁ ନେଇ ତ୍ୱିଷାଙ୍କ ଓକିଲ ପ୍ରଶ୍ନ ଉଠାଇଛନ୍ତି । ଗିରିବାଳା ନିଜ ପଦବୀର ଅପବ୍ୟବହାର କରୁଥିବା ଓକିଲ ଆୟୁଷ ତିୱାରୀ କହିଛନ୍ତି । ଏଠାରେ କହି ରଖୁଛି ଯେ ଗିରିବାଳା ଜଣେ ଅବସରପ୍ରାପ୍ତ ବିଚାରପତି ଅଟନ୍ତି ।
ତ୍ୱିଷାଙ୍କ ପରିବାର ମଧ୍ୟ ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆସନ୍ତା ଶନିବାର ହାଇକୋର୍ଟ ଏହାର ଶୁଣାଣି କରିପାରନ୍ତି ।