ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହଠାତ୍ ମୁଜ୍ତବା ଖାମେନେଇ ପସନ୍ଦ ଆସିବାକୁ ଲାଗିଛନ୍ତି। ଯାହା ପରେ ଟ୍ରମ୍ପଙ୍କ ଏଭଳି ବ୍ୟାନ ପଛର ରହସ୍ୟ ଜାଣିବା ପାଇଁ ସମଗ୍ର ବିଶ୍ୱ ଉତ୍ସୁକ ରହିଛି। ଇରାନ ପ୍ରତି ନରମ ପଡ଼ିବା ପଛର କାରଣ ଯୁଦ୍ଧରେ ଆମେରିକାର ହୋଇଥିବା କ୍ଷତି ନା ଅନ୍ୟ କିଛି? ଆସନ୍ତୁ ଜାଣିବା।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଥରେ ସମସ୍ତଙ୍କକୁ ଚକିତ କରିଦେଇଛନ୍ତି। ଯେଉଁ ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲା ମୁଜ୍ତବା ଖାମେନେଇଙ୍କୁ ସେ ଶେଷ କରିଦେବାକୁ ଶପଥ ନେଉଥିଲେ, ତାଙ୍କୁ ଏବେ ସେ ‘ଶାନଦାର ଏବଂ ସମ୍ମାନିତ ନେତା’ ବୋଲି କହୁଛନ୍ତି। ଏତିକି ନୁହେଁ, ଟ୍ରମ୍ପ ମୁଜ୍ତବାଙ୍କୁ ଭେଟି ଶାନ୍ତିର ବାଟ ବାହାର କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି। ପ୍ରଶ୍ନ ଉଠୁଛି ଯେ, ଆଖି ପିଛୁଳାକେ ଟ୍ରମ୍ପ ଏତେ ଶୀଘ୍ର କେମିତି ବଦଳିଗଲେ? ଏହି ହଠାତ୍ ହୋଇଥିବା ‘ହୃଦୟ ପରିବର୍ତ୍ତନ’ ପଛର ରହସ୍ୟ କ’ଣ? ଆସନ୍ତୁ ଜାଣିବା ଏଭଳି କିଛି ପ୍ରଶ୍ନର ଉତ୍ତର।
ଏକ ରିପୋର୍ଟ ଅନୁଯାୟୀ, ୭ ଜୁନ୍ ୨୦୨୬ ସୁଦ୍ଧା ଇରାନ-ଆମେରିକା ଯୁଦ୍ଧକୁ ୧୦୦ ଦିନ ପୂରଣ ହୋଇଯିବ। ଏହି ୧୦୦ ଦିନ ଆମେରିକାର ଆଶା ସମ୍ପୂର୍ଣ୍ଣ ଓଲଟା ରହିଛି। ସୁପର ପାୱାର ସାମ୍ନାରେ ଇରାନ ନା ଆତ୍ମସମର୍ପଣ କରିଛି, ନା କୌଣସି ବୁଝାମଣା କରିଛି। ଇରାନ ସେନା ଇସ୍ରାଏଲ ଠାରୁ ଆରମ୍ଭ କରି ଆରବ ଦେଶ ଏବଂ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ ପର୍ଯ୍ୟନ୍ତ ଏଭଳି ବିଧ୍ୱଂସୀ ଜବାବ ଦେଇଛି ଯେ ଆମେରିକାର ହୋସ ଉଡ଼ିଯାଇଛି। ରିପୋର୍ଟ ମୁତାବକ ମାତ୍ର ୪୦ ଦିନର ଯୁଦ୍ଧରେ ହିଁ ଆମେରିକୀୟ ସେନା ଏତେ ରକ୍ତାକ୍ତ ହୋଇଯାଇଥିଲା ଯେ ତାକୁ ପଶ୍ଚିମ ଏସିଆରେ ନିଜର ଅନେକ ସାମରିକ ଘାଟି (ମିଲିଟାରୀ ବେସ୍) ଖାଲି କରିବାକୁ ପଡ଼ିଥିଲା।
ଆମେରିକାକୁ ହେଲା ବଡ଼ କ୍ଷତି
ଆମେରିକା ସେନାକୁ ଏହି ଯୁଦ୍ଧରେ ଇରାନ ବଡ଼ କ୍ଷତି ପହଞ୍ଚାଇଛି। ଇରାନର ଜବାବୀ ଆକ୍ରମଣରେ ଆମେରିକାର ଏପର୍ଯ୍ୟନ୍ତ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅସ୍ତ୍ରଶସ୍ତ୍ର ଅକାମୀ ବା ଧ୍ୱଂସ ହୋଇସାରିଛି।
• ୨୪ଟି MQ-9 ରୀପର ଡ୍ରୋନ ଧ୍ୱଂସ: (ମୂଲ୍ୟ: ୬,୭୨୦ କୋଟି ଟଙ୍କା)
• 8ଟି KC-1୩୫ ଏୟାରକ୍ରାଫ୍ଟ ବର୍ବାଦ: (ମୂଲ୍ୟ: ୨,୯6୦ କୋଟି ଟଙ୍କା)
• ୫ଟି F-୧୫ ଫାଇଟର ଜେଟ୍ ଧରାଶାୟୀ: (ମୂଲ୍ୟ: ୪,୧୭୫ କୋଟି ଟଙ୍କା)
• ୧ଟି F-୩୫ ଯୁଦ୍ଧ ବିମାନ ଗୁଳି କରି ଖସାଗଲା: (ମୂଲ୍ୟ: ୧,୦୨୦ କୋଟି ଟଙ୍କା)
• ୪ଟି THAAD ଏୟାର ଡିଫେନ୍ସ ସିଷ୍ଟମ ଛାରଖାର: (ମୂଲ୍ୟ: ୮୦,୦୦୦ କୋଟି ଟଙ୍କା)
ଟ୍ରମ୍ପ ମାନିଲେ- ‘ଇରାନ ଭେନେଜୁଏଲା ନୁହେଁ’
ଟ୍ରମ୍ପଙ୍କ ବଦଳିଥିବା ଆଭିମୁଖ୍ୟର ସବୁଠାରୁ ବଡ଼ କାରଣ ଏହା ହିଁ ମନେହେଉଛି ଯେ ଇରାନର ସାମରିକ ଶକ୍ତି ଆଗରେ ତାଙ୍କu ମୁଣ୍ଡ ନୁଆଁଇବାକୁ ପଡ଼ିଛି। ନିଜେ ଟ୍ରମ୍ପ ସାର୍ବଜନୀନ ଭାବେ ସ୍ୱୀକାର କରିଛନ୍ତି ଯେ, "ଇରାନ ଭେନେଜୁଏଲା ଭଳି ନୁହେଁ ଯେ ଆପଣ ଗଲେ ଏବଂ କିଛି ମିନିଟ୍ ମଧ୍ୟରେ ଅପରେସନ ଶେଷ କରି ଚାଲିଆସିଲେ। ଇରାନ ଭେନେଜୁଏଲା ଠାରୁ ବହୁତ ଭିନ୍ନ।" ବିଶ୍ଳେଷକଙ୍କ ମତରେ ଟ୍ରମ୍ପ ଏବେ ଏହି ଯୁଦ୍ଧରେ ଫସିଯାଇଛନ୍ତି ଏବଂ ନିଜର ‘ବଳକା ସମ୍ମାନ’ ବଞ୍ଚାଇବା ପାଇଁ ମୁଜ୍ତବାଙ୍କ ସହ ଡିଲ୍ କରିବାକୁ ଚାହୁଁଛନ୍ତି। ଏହି କାରଣରୁ ସେ ସାକ୍ଷାତ ପାଇଁ ବ୍ୟାକୁଳ ଅଛନ୍ତି ଏବଂ ନିଜ ବୟାନରେ କ୍ରମାଗତ ଭାବେ ନରମ ମନୋଭାବ ଦେଖାଉଛନ୍ତି।
ଟ୍ରମ୍ପଙ୍କ ମୁହଁରୁ ବାହାରିଲା ମୁଜ୍ତବାଙ୍କ ପ୍ରଶଂସା
ନିକଟରେ ଏକ ପ୍ରେସ ବାର୍ତ୍ତାରେ ଟ୍ରମ୍ପ କହିଛନ୍ତି, "ମୋତେ ତାଙ୍କୁ (ମୁଜ୍ତବାଙ୍କୁ) ଭେଟି ବହୁତ ଖୁସି ଲାଗିବ। ମୁଁ ଦେଖିବାକୁ ଚାହୁଁଛି ଯେ ଆମେ କୌଣସି ବୁଝାମଣା କରିପାରୁଛୁ କି ନାହିଁ। ଯଦି ବୁଝାମଣା ହୋଇଯାଏ, ତେବେ ସମ୍ଭବ ଯେ ମୁଁ ତାଙ୍କୁ ଭେଟିବି। ଏଥିରେ ମୋର କୌଣସି ଆପତ୍ତି ନାହିଁ।" ଟ୍ରମ୍ପ ଆହୁରି କହିଛନ୍ତି ଯେ, "ମୁଁ ସମ୍ମାନଜନକ ବ୍ୟବହାର କରିବି ଏବଂ ତାଙ୍କର (ମୁଜ୍ତବାଙ୍କ) ପ୍ରତିଷ୍ଠା ବହୁତ ଭଲ।" ତେବେ ଯେତେବେଳେ ଜଣେ ସାମ୍ବାଦିକ ପଚାରିଲେ ଯେ, ମୁଜ୍ତବାଙ୍କ ପରିବାର ଉପରେ ହୋଇଥିବା ଆକ୍ରମଣ ପରେ କ’ଣ ସେ ଆପଣଙ୍କୁ ଭେଟିବାକୁ ପ୍ରସ୍ତୁତ ହେବେ? ଏହା ଉପରେ ଟ୍ରମ୍ପ କହିଥିଲେ, “ହୁଏତ ସେ ଜଣେ ପ୍ରଫେସନାଲ (ପେସାଦାର)।” ଅର୍ଥାତ୍ ଟ୍ରମ୍ପଙ୍କ ଆଶା ରହିଛି ଯେ ମୁଜ୍ତବା ଯୁଦ୍ଧ ଏବଂ ଶାନ୍ତିର ପାର୍ଥକ୍ୟକୁ ବୁଝିବେ।
ମଧ୍ୟ ପ୍ରାଚ୍ୟ (ମିଡିଲ୍ ଇଷ୍ଟ) ରେ ଆଗକୁ କ’ଣ ହେବ?
ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଇରାନର ଶକ୍ତିଶାଳୀ ସାମରିକ କୂଟନୀତି ଆଗରେ ଆମେରିକାକୁ ପଛକୁ ହଟିବାକୁ ପଡ଼ୁଛି। ଟ୍ରମ୍ପଙ୍କର ଏହି ‘ହୃଦୟ ପରିବର୍ତ୍ତନ’ ପ୍ରକୃତରେ ଏକ ବାଧ୍ୟବାଧକତା, ଏବେ ଦେଖିବାକୁ ବାକି ରହିଲା କି ମୁଜ୍ତବା ଖାମେନେଇ ଏହି ସାକ୍ଷାତକାର ପାଇଁ ପ୍ରସ୍ତୁତ ହେଉଛନ୍ତି କି ନାହିଁ ଏବଂ ଏହା ଯୁଦ୍ଧ ବିରତି ଦିଗରେ ପ୍ରଥମ ପଦକ୍ଷେପ ସାବ୍ୟସ୍ତ ହେବ ନା କେବଳ ଆଉ ଏକ ରାଜନୈତିକ ଚାଲ୍।