ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ନିଟ୍ ୟୁଜି (NEET UG) ପୁନଃପରୀକ୍ଷାରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀଙ୍କ ପାଇଁ ସୂଚନା ଜାରି ହେଉଛି । କେଉଁ ସହରରେ ପରୀକ୍ଷା ହେବ ତାହାର ତାଲିକା ଏନଟିଏ ପକ୍ଷରୁ ପ୍ରକାଶ ପାଇଛି । ପଞ୍ଜିକୃତ ପ୍ରାର୍ଥୀମାନେ ଏବେ ସରକାରୀ ୱେବସାଇଟ୍ neet.nta.nic.in କୁ ଯାଇ ସେମାନଙ୍କ ପରୀକ୍ଷା ପାଇଁ ନିର୍ଦ୍ଧାରିତ ସହର ଯାଞ୍ଚ କରିପାରିବେ।
NEET UG 2026 ପୁନଃପରୀକ୍ଷା ଜୁନ୍ 21ରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ପାସୱାର୍ଡ ସହିତ ଲଗ୍ ଇନ୍ କରି ସେମାନଙ୍କର ସିଟି ଇଣ୍ଟିମେସନ୍ ସ୍ଲିପ୍ ଡାଉନଲୋଡ୍ କରିପାରିବେ । ଅପରାହ୍ନ ୨ଟାରୁ ସନ୍ଧ୍ୟା ୫.୧୫ ଯାଏଁ ଅନୁଷ୍ଠିତ ହେବ । ଭାରତର ୫୫୧ ସହର ଏବଂ ଅନ୍ୟ ଦେଶରେ ୧୪ଟି ସହରରେ ପେନ୍-ଆଣ୍ଡ-ପେପର ମୋଡରେ ପରୀକ୍ଷା ହେବ । ଏହା କେବଳ ପରୀକ୍ଷା ସେଣ୍ଟର ଆଡମିଟ୍ କାର୍ଡ ନୁହେଁ ବୋଲି ଏନଟିଏ ସ୍ପଷ୍ଟ କରିଛି ।
ଗତ ମେ’ ୩ ତାରିଖରେ ନିଟ୍-ୟୁଜି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ଆସିବା ପରେ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏନଟିଏ ଏହି ପରୀକ୍ଷାକୁ ବାତିଲ କରିଥିଲା । ତେବେ ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ଆବେଦନ କରିଥିଲେ ଓ ମେ’ ୩ ପରୀକ୍ଷା ପାଇଁ ଯୋଗ୍ୟ ଥିଲେ, ସେମାନେ ଏହି ପୁନଃ ପରୀକ୍ଷାରେ ଭାଗ ନେଇପାରିବେ ।