ଚୀନର ଉତ୍ତର-ପଶ୍ଚିମ ନିଙ୍ଗୟା ଅଂଚଳରେ ଏକ ବଡ ସଡକ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ଭ୍ୟାନ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ପଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୭ ଟା ୪୦ ମିନିଟ ସମୟରେ କିଙ୍ଗତଗ୍ନିୟା ସହର ବାହାରେ ଏହି ଦୁର୍ଘଟଣା ହୋଇଥିଲା । ଏକ ଯାତ୍ରୀବାହୀ ଭ୍ୟାନକୁ ଟ୍ରକଟି ଧକ୍କା ଦେବା ସହ ଭ୍ୟାନ ଉପରେ ଚଢିଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ତେବେ ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବା ସହିତ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି ।