ଅକ୍ସିଜେନ୍ ଅଭାବରୁ ୨୩ ରୋଗିଙ୍କ ମୃତ୍ୟୁ ପାଇଁ ୪୫ ମିନିଟ୍ ସମୟସୀମା ମଧ୍ୟରେ ଜବାବ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଲେ କର୍ଣ୍ଣାଟକ ହାଇକୋର୍ଟ
Khabar Odisha:the-HC-of-Karnataka-gave-a-45-mins-deadline-to-both-the-Central-and-State-government-to-explain-shortage-of-oxygen-in-Karnataka

 କର୍ଣ୍ଣାଟକ,ମେ ୪(ଖବର ଓଡିଶା); ଗତ ରବିବାର କର୍ଣ୍ଣାଟକର ଚାମରଜାନଗର ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ଅକ୍ସିଜେନ ଅଭାବରେ ୨୩ ମୃତ୍ୟୁ ଘଟଣାରେ ଆଜି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତିବ୍ର ଭତ୍ସନା କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ମୃତ ୨୩ ପରିବାରଙ୍କ ପକ୍ଷରୁ ଅକ୍ସିଜେନ ଅଭାବରେ ମୃତ୍ୟୁ ହୋଇଥିବା ଅଭିଯେଅଗ ହୋଇଥିଲା ବେଳେ ମାତ୍ର ୩ ଜଣ ଅକ୍ସିଜେନ ଅଭାବରୁ ମୃତ୍ୟୁ ବରଣ କରିଥିବା ରାଜ୍ୟ ସରକାର କହିଛନ୍ତି । 

ତେବେ ଚାମରଜାନଗର ଜିଲ୍ଲାର ଡେପୁଟି କମିଶନର କହିଛନ୍ତି ଯେ ସମସ୍ତ ୨୩ ଜଣଙ୍କର ମୃତ୍ୟୁ କୋଭିଡ ଚିକିତ୍ସା ସେଣ୍ଟରରେ ରବିବାରରୁ ସୋମବାର ସକାଳ ମଧ୍ୟରେ ହୋଇଛି । ଏହା ସହିତ ସେ କହିଥିଲେ ଯେ ଜିଲ୍ଲାରେ ଅକ୍ସିଜେନର ଅଭାବ ଅଛି କିନ୍ତ ସମସ୍ତ ୨୩ ଜଣଙ୍କର ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇନାହିଁ । 

ତେବେ ଏହିପରି ଘଟଣା ସମଗ୍ର ଦେଶରେ ଦେଖିବାକୁ ମିଳୁଥିଲା ବେଳେ ଆଜି କର୍ଣ୍ଣାଟକ ହାଇକୋର୍ଟ ଚାମରଜାନଗର ଜିଲ୍ଲାର ଅଘଟଣ ପାଇଁ ଆଜି କରିଥିବା ଏକ ଶୂଣାଣି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୪୫ ମିନିଟ୍ ଭିତରେ ଏ ଘଟଣା ବିଷୟରେ ଜବାବା ଦାଖଲ କରିବାକୁ କହିଛନ୍ତି ।

  • Tags:

Subscribe

National International State Sports Entertainment