ନୂଆଦିଲ୍ଲୀ: ଜେଲରେ ଆଜୀବନ କାରାବାସ ଭୋଗୁଥିବା କଏଦୀଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଯେଉଁମାନେ ଆଜୀବନ କାରାଦଣ୍ଡରେ ୨୦ ବର୍ଷର ଅବଧି ପୂରଣ କରିସାରିଛନ୍ତି ସେମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ । ମଙ୍ଗଳବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।
ସୁପ୍ରିମକୋର୍ଟ ବହୁଚର୍ଚ୍ଚିତ ନୀତୀଶ କଟାରା ହତ୍ୟାକାଣ୍ଡର ଅଭିଯୁକ୍ତ ସୁଖଦେବ ପହଲବାନଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି । ସୁଖଦେବ ହତ୍ୟାକାଣ୍ଡରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ । ସେ ଜେଲରେ ୨୦ ବର୍ଷ ପୂରଣ କରିସାରିଛନ୍ତି । ତେଣୁ ତାଙ୍କୁ ତ୍ୱରିତ ପଦକ୍ଷେପ ସ୍ୱରୁପ ଛାଡ଼ିବାକୁ କୋର୍ଟ କହିଛନ୍ତି ।
ଏହା ସହିତ ଦେଶର ଅନ୍ୟଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀଙ୍କ ପାଇଁ ମଧ୍ୟ ସମାନ ଆଦେଶ ଦେଇଛନ୍ତି । ଏଥିପାଇଁ କୌଣସି ଅଲଗା ଆଦେଶ ଦେବାର ଆବଶ୍ୟକତା ନାହିଁ ।