ମିଳିଲାନି ମଦ, ହ୍ୟାଣ୍ଡ ସାନିଟାଇଜର ପିଇ ନଅ ଜଣଙ୍କ ମୃତ୍ୟୁ
Khabar Odisha:story-9-people-died-after-drinking-hand-sanitizer-after-no-alcohol-was-found
ହାଇଦ୍ରାବାଦ, ଜୁଲାଇ ୩୧ (ଖବର ଓଡ଼ିଶା):

ହାଇଦ୍ରାବାଦରେ ମଦ ନ ମିଳିବାରୁ ହ୍ୟାଣ୍ଡ୍ ସାନିଟାଇଜର ପିଇଦେଇଛନ୍ତି ନଅ ଜଣ ଲୋକ, ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । କୁରିଚେଡୁ ସହରରେ ଏଭଳି ଘଟଣା ଘଟିଥିବା ଜଣାପଡିଛି, ଯେଉଁଠାରେ ମଦ୍ୟପାନ ପାଇଁ ମଦ ନ ମିଳିବାରୁ ଲୋକମାନେ ହ୍ୟାଣ୍ଡ୍ ସାନିଟାଇଜର ପିଇଦେଇଛନ୍ତି । ନଅ ଜଣ ଲୋକଙ୍କ ମୃତ୍ୟୁ ଘଟିବା ପରେ ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି ।

ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାରେ ଗତ ଦୁଇ ଦିନ ମଧ୍ୟରେ ଅତି କମରେ ନଅ ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି । ଏହି ଘଟଣା କୁରିଚେଡୁ ସହରରେ ଘଟିଛି । ବୁଧବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁବାର ବିଳମ୍ବିତ ରାତିରେ ଦୁଇ ଜଣ ଡାରସି ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ଏବଂ ଅନ୍ୟ ଛଅ ଜଣ ଶୁକ୍ରବାର ସକାଳେ ପ୍ରାଣ ତ୍ୟାଗ କରିଛନ୍ତି । ମୃତକଙ୍କ ମଧ୍ୟରୁ ତିନିଜଣ ଭିକାରୀ ଥିବାବେଳେ ଏବଂ ବାକି ମୃତକ ମାନେ ସ୍ଥାନିୟ ବସ୍ତି ବାସିନ୍ଦା ଥିଲେ । ଗତ ଦୁଇ ଦିନ ମଧ୍ୟରେ 20 ଜଣ ଲୋକ ସାନିଟାଇଜର ପିଇ ଅସୁସ୍ଥ ଥିବା ନେଇ ଜଣାପଡିଛି ।

ମୃତ ବ୍ୟକ୍ତିମାନେ ଅନୁଗୁଣ୍ଡା ଶ୍ରୀନୁ (25), ଭୋଗେମ୍ ତିରୁପାଥାଇୟା (35), ଗୁଣ୍ଟାକା ରାମି ରେଡ୍ଡୀ (60), କଦାମ ରାମନାୟା (28), ରଜା ରେଡ୍ଡୀ (65), ରାମନାୟା (65), ବାବୁ (40), ଚାର୍ଲ୍ସ (45) ଏବଂ ଅଗଷ୍ଟିନ୍ ବୋଲି ଜଣାପଡିଛି। (45) ପ୍ରକାଶ ଜିଲ୍ଲା ପୋଲିସ ଅଧୀକ୍ଷକ ସିଦ୍ଧାର୍ଥ କୌଶଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ମଦ୍ୟପାନ ପାଇଁ ମଦ ନ ମିଳିବା କାରଣରୁ ପୀଡିତ ମାନେ ମଦ ବଦଳରେ ହ୍ୟାଣ୍ଡ୍ ସାନିଟାଇଜର ପିଇଦେଇଥିଲେ । ଏହା ପରେ ପ୍ରଥମେ ସ୍ଥାନୀୟ ଦେବୀ ଦୁର୍ଗା ମନ୍ଦିରରେ ଭିକ୍ଷାବୃତି କରୁଥିବା ଭିକାରୀ ଠାରେ ହି ଜଳାପୋଡାର ଲକ୍ଷଣ ଦେଖା ଯାଇଥିଲା ପରେ ସଙ୍ଗେ ସଙ୍ଗେ ତାଙ୍କୁ ବୁଧବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା ।

ଗୁରୁବାର ସକାଳେ ପେଟରେ ଯନ୍ତ୍ରଣା ହେତୁ ଅନ୍ୟ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ସଦସ୍ୟ ତାଙ୍କୁ ଡାର୍ସି ସହରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ବିଳମ୍ବିତ ରାତିରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଶୁକ୍ରବାର ସକାଳେ ମୃତ୍ୟୁବରଣ କରିଥିବା ଅନ୍ୟ ଛଅ ଜଣଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସିଦ୍ଧାର୍ଥ କୌଶଲ କହିଛନ୍ତି ଯେ ସମସ୍ତ ସ୍ଥାନୀୟ ଦୋକାନରୁ ସାନିଟାଇଜର ଜବତ କରାଯାଇଛି ଏବଂ ପରୀକ୍ଷା ପାଇଁ ପଠାଯାଇଛି । ପୀଡିତମାନେ କେବଳ ସାନିଟାଇଜର ଖାଇଛନ୍ତି ନା ନକଲି ମଦ୍ୟପାନ କରିଛନ୍ତି ତାହା ପୋଲିସ ବର୍ତ୍ତମାନ ତଦନ୍ତ କରୁଛି ।

ଗତ 10 ଦିନ ଧରି ଲକଡାଉନ ହେତୁ କୁରିଚେଡୁ ଏବଂ ଏହାର ଆଖପାଖ ଅଞ୍ଚଳରେ ମଦ ଦୋକାନ ମଧ୍ୟ ବନ୍ଦ ରହିଛି । ପୀଡିତଙ୍କ ପରିବାର ପୋଲିସକୁ କହିଛନ୍ତି ଯେ ସାନିଟାଇଜର ପିଇବା ପରେ ସେମାନେ ସମସ୍ତେ ଚେତାଶୂନ୍ୟ ହୋଇପଡିଥିଲେ । ତେବେ ପୀଡିତମାନେ ସାନିଟାଇଜରକୁ କେତେ ଖାଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ ।

  • Tags:

Subscribe

National International State Sports Entertainment