ମୁମ୍ବାଇ: ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରୁଛି ରଣବୀର କପୁର ଓ ସାଇ ପଲ୍ଲବୀଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’। ରିଲିଜ୍ ହେବା ପରଠାରୁ ଫିଲ୍ମଟିକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଥିବା ବେଳେ ଏହାର ଆୟ ମଧ୍ୟ ଲଗାତାର ବଢ଼ୁଛି। ବିଶେଷକରି ଦୀପାବଳି ଛୁଟିର ଫାଇଦା ଫିଲ୍ମକୁ ମିଳିଛି। ମାତ୍ର ୪ ଦିନରେ ୨୧୯.୭୦ କୋଟି ଟଙ୍କାର ନେଟ୍ କଲେକ୍ସନ କରି ‘ରାମାୟଣ’ ୨୦୨୬ର ଦ୍ୱିତୀୟ ସର୍ବବୃହତ୍ ୱିକେଣ୍ଡ ଓପନର ହୋଇଛି।
ରବିବାର ଅର୍ଥାତ୍ ରିଲିଜ୍ର ଚତୁର୍ଥ ଦିନରେ ଫିଲ୍ମଟି ପୁଣିଥରେ ୫୦ କୋଟି ଟଙ୍କାରୁ ଅଧିକ ଆୟ କରିଛି। ଏହି ସଫଳତା ସହ ଚଳିତ ବର୍ଷର ଅନେକ ବଡ଼ ବଜେଟ୍ ଫିଲ୍ମକୁ ପଛରେ ପକାଇଛି ‘ରାମାୟଣ’।
ପ୍ରଥମ ତିନି ଦିନରେ ଜବରଦସ୍ତ କଲେକ୍ସନ
ଫିଲ୍ମଟି ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ଭଲ ଆରମ୍ଭ କରିଥିଲା। ସାକନିଲ୍କର ତଥ୍ୟ ଅନୁଯାୟୀ, ପ୍ରଥମ ଦିନରେ ଏହା ୬୪.୮୫ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଦ୍ୱିତୀୟ ଦିନରେ ଆୟରେ ୨୫.୯ ପ୍ରତିଶତ ହ୍ରାସ ଘଟିଥିଲା। ଏହି ଦିନ ଫିଲ୍ମଟି ୪୮.୦୫ କୋଟି ଟଙ୍କା ଆୟ କରିଥିଲା।
ତେବେ ତୃତୀୟ ଦିନ ଶନିବାରରେ ପୁଣିଥରେ ବ୍ୟବସାୟରେ ବଡ଼ ଉଛାଳ ଦେଖିବାକୁ ମିଳିଥିଲା। ଆୟରେ ୪୫.୩ ପ୍ରତିଶତ ବୃଦ୍ଧି ସହ ଫିଲ୍ମଟି ୬୯.୮୦ କୋଟି ଟଙ୍କା ରୋଜଗାର କରିଥିଲା। ଏହିପରି ମାତ୍ର ତିନି ଦିନରେ ଫିଲ୍ମର ମୋଟ ନେଟ୍ କଲେକ୍ସନ ୧୮୨.୭୦ କୋଟି ଟଙ୍କାରେ ପହଞ୍ଚିଥିଲା।
ଚତୁର୍ଥ ଦିନରେ ୫୦ କୋଟି ପାର୍, ମୋଟ ଆୟ ୨୧୯.୭୦ କୋଟି
ରବିବାର ଦୀପାବଳି ଛୁଟିରେ ଫିଲ୍ମଟିର ଆୟ ପୁଣି ବଢ଼ିଥିଲା। ଚତୁର୍ଥ ଦିନରେ ଏହା ୫୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଥିଲା। ଫଳରେ ଚାରି ଦିନରେ ଫିଲ୍ମର ମୋଟ ନେଟ୍ ଆୟ ୨୧୯.୭୦ କୋଟି ଟଙ୍କା ହୋଇଛି। ଏହି ରେକର୍ଡ ସହ ‘ରାମାୟଣ’ ୨୦୨୬ର ଦ୍ୱିତୀୟ ସର୍ବାଧିକ ୱିକେଣ୍ଡ ଓପନିଂ କରିଥିବା ଫିଲ୍ମ ଭାବେ ସ୍ଥାନ ପାଇଛି।
୨୦୨୬ର ଟପ୍-୧୦ ୱିକେଣ୍ଡ ଓପନର ଫିଲ୍ମ
ଚାରି ଦିନର ବକ୍ସ ଅଫିସ୍ ଆୟ ଆଧାରରେ ‘ରାମାୟଣ’ ଅନେକ ଚର୍ଚ୍ଚିତ ଫିଲ୍ମକୁ ପଛରେ ପକାଇଛି। ୨୦୨୬ର ସର୍ବାଧିକ ୱିକେଣ୍ଡ ଓପନିଂ କରିଥିବା ଟପ୍-୧୦ ଫିଲ୍ମର ତାଲିକା ଏହିପରି:
୧. ଧୁରନ୍ଧର ୨ – ୪୬୬ କୋଟି ଟଙ୍କା (୪ ଦିନ)
୨. ରାମାୟଣ – ୨୧୯.୭୦ କୋଟି ଟଙ୍କା (୪ ଦିନ)
୩. ଦୃଶ୍ୟମ୍ ୩ – ୧୭୪.୫ କୋଟି ଟଙ୍କା
୪. ବର୍ଡର ୨ – ୧୨୯.୮୯ କୋଟି ଟଙ୍କା
୫. ଟକ୍ସିକ୍ (ହିନ୍ଦୀ) – ୧୨୪.୫ କୋଟି ଟଙ୍କା (୫ ଦିନ)
୬. ମିର୍ଜାପୁର: ଦ ମୁଭି – ୯୭.୬୯ କୋଟି ଟଙ୍କା
୭. ଆୱାରାପନ୍ ୨ – ୮୪.୩୧ କୋଟି ଟଙ୍କା
୮. ଧମାଲ୍ ୪ – ୬୭.୨୧ କୋଟି ଟଙ୍କା
୯. ୱେଲକମ୍ ଟୁ ଦ ଜଙ୍ଗଲ – ୬୫.୮୩ କୋଟି ଟଙ୍କା
୧୦. ଭୂତ ବଙ୍ଗଳା – ୬୫.୬୫ କୋଟି ଟଙ୍କା