ନୂଆଦିଲ୍ଲୀ: ଦେଶରେ ପୁଣି ଏକ ବଡ଼ ଧରଣର ଆତଙ୍କବାଦ ଆକ୍ରମଣ ଟଳି ଯାଇଛି । ଫରିଦାବାଦ ମଡ୍ୟୁଲ୍ ଏବଂ ଦିଲ୍ଲୀ ବିସ୍ଫୋରଣ ପରେ ରାଜସ୍ଥାନରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ରାଜସ୍ଥାନ ପୋଲିସ ରାଜସମନ୍ଦରୁ ବିସ୍ଫୋରକ ଭର୍ତ୍ତି ପିକ୍ଅପ୍ ଭ୍ୟାନ ଜବତ କରାଯାଇଛି । ଏହା ଏତେ ବିପଜ୍ଜନକ ଥିଲା ଯେ ଗୋଟିଏ ବିସ୍ଫୋରଣରେ ୧୦ କିଲୋମିଟର ଅଞ୍ଚଳକୁ ନଷ୍ଟ କରିଦେଇପାରିଥାନ୍ତା।
ରାଜସମନ୍ଦର ଶ୍ରୀନାଥଜୀ ପୋଲିସ ଷ୍ଟେସନ ପିକଅପ୍ ଭ୍ୟାନ୍ ରୁ ଏହି ବିସ୍ଫୋରକ ଜବତ କରିଛି। । ଏହାକୁ ରାଜସ୍ଥାନର ଆମେଦରୁ ନାଥଦ୍ୱାରକୁ ଏକ ପିକଅପ୍ ଭ୍ୟାନରେ ପରିବହନ କରାଯାଉଥିଲା। ଭ୍ୟାନର ତଲାସି ସମୟରେ ପୋଲିସ ବିସ୍ଫୋରକଗୁଡ଼ିକୁ ପାଇଲା । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବିସ୍ଫୋରକ ଭର୍ତ୍ତି ପୋଲିସ ଭ୍ୟାନ୍ ଜବତ କରିବା ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି। ସମଗ୍ର ଅଞ୍ଚଳରେ ପୋଲିସକୁ ସତର୍କ କରାଯାଇଛି।
ପୋଲିସ ଡ୍ରାଇଭରଙ୍କୁ ପଚରାଉଚରା କରୁଛି । ପିକଅପ୍ ଭ୍ୟାନ୍ ବିସ୍ଫୋରଣ ହୋଇଥିଲେ ଏଥିରେ ଥିବା ବିସ୍ଫୋରକର ପରିମାଣ ୧୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ପ୍ରଭାବିତ କରିପାରିଥାନ୍ତା ବୋଲି ପୋଲିସ କହିଛି । ଏତେ ପରିମାଣର ବିସ୍ଫୋରକ କେଉଁଠୁ ଆସିଲା ତାହା ଜଣାପଡ଼ିନାହିଁ । ପୋଲିସ ପିକଅପ୍ ଭ୍ୟାନର ଡ୍ରାଇଭରକୁ ପଚରାଉଚରା କରୁଛି । ଏଥିରେ ଅନେକ ବ୍ୟକ୍ତି ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି ।
କିଛି ଦିନ ପୂର୍ବରୁ, ପୋଲିସ ରାଜସ୍ଥାନରୁ ଚାରି ସନ୍ଦିଗ୍ଧ ମୌଲବୀଙ୍କୁ ଅଟକ ରଖିଥିଲା। ଏହି ତଦନ୍ତ ସମୟରେ, ମୌଲବୀ ଓସାମା ଉମରଙ୍କ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) ସହିତ ସମ୍ପର୍କ ଥିବା ସ୍ପଷ୍ଟ ହୋଇଥିଲା । ସେବେଠାରୁ ରାଜସ୍ଥାନ ପୋଲିସ ସତର୍କ ହୋଇଯାଇଛି ।