ନୂଆଦିଲ୍ଲୀ: ବଦଳିଯାଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଠିକଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ସେବା ତୀର୍ଥ ଓ କର୍ତ୍ତବ୍ୟ ଭବନର ଶୁଭ ଉଦଘାଟନ କରିଛନ୍ତି । ସେବା ତୀର୍ଥ ସହ କର୍ତ୍ତବ୍ୟ ଭବନ ୧ ଏବଂ ୨ ଉଦଘାଟିତ ହୋଇଛି ।
ସେବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଏବଂ କ୍ୟାବିନେଟ ସଚିବାଳୟ ରହିଛି । ସେହିପରି କର୍ତ୍ତବ୍ୟ ଭବନ-୧ ଏବଂ କର୍ତ୍ତବ୍ୟ ଭବନ-୨ ରେ ଅର୍ଥ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କର୍ପୋରେଟ୍ ବ୍ୟାପାର, ଶିକ୍ଷା, ସଂସ୍କୃତି, ଆଇନ ଓ ନ୍ୟାୟ, ସୂଚନା ଓ ପ୍ରସାରଣ, କୃଷି ଓ କୃଷକ କଲ୍ୟାଣ , ରସାୟନ ଓ ସାର ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଇତ୍ୟାଦି ରହିଛି ।
ଉଭୟ କୋଠାରେ ଡିଜିଟାଲରୁ ସୁବିଧା କରାଯାଇଛି । ସହଯୋଗ, ଦକ୍ଷତା, ସୁଗମ ଶାସନ, ଉନ୍ନତ ନାଗରିକ ସମ୍ପର୍କ ଏବଂ କର୍ମଚାରୀ କଲ୍ୟାଣକୁ ପ୍ରୋତ୍ସାହିତ କରିବ । ୪-ଷ୍ଟାର GRIHA ମାନଦଣ୍ଡ ଅନୁଯାୟୀ ଡିଜାଇନ୍ କରାଯାଇଥିବା ଏହି କମ୍ପ୍ଲେକ୍ସଗୁଡ଼ିକରେ ନବୀକରଣୀୟ ଶକ୍ତି ବ୍ୟବସ୍ଥା, ଜଳ ସଂରକ୍ଷଣ ବ୍ୟବସ୍ଥା, ବର୍ଜ୍ୟ ପରିଚାଳନା ସମାଧାନ ଏବଂ ଉଚ୍ଚ-କାର୍ଯ୍ୟକ୍ଷମ କୋଠା ଅନ୍ତର୍ଭୁକ୍ତ କରାଯାଇଛି। ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ସହିତ ପରିବେଶଗତ ପ୍ରଭାବକୁ ଯଥେଷ୍ଟ ହ୍ରାସ କରିବ । କର୍ତ୍ତବ୍ୟ ଭବନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ରହିଛି । ସ୍ମାର୍ଟ ପ୍ରବେଶ ନିୟନ୍ତ୍ରଣ ବ୍ୟବସ୍ଥା, ନିରୀକ୍ଷଣ ନେଟୱାର୍କ ଏବଂ ଉନ୍ନତ ଜରୁରୀକାଳୀନ ପ୍ରତିକ୍ରିୟା ଭିତ୍ତିଭୂମି, ଯାହା ଅଧିକାରୀ ଏବଂ ପରିଦର୍ଶକଙ୍କ ପାଇଁ ଏକ ସୁରକ୍ଷିତ ଏବଂ ସୁଗମ ପରିବେଶ ସୁନିଶ୍ଚିତ କରିଥାଏ ।