ଗୁଜୁରାଟ: ଗୁଜୁରାଟର ସୁରଟ ଜିଲ୍ଲାରେ ‘କୁଚ୍ଛ କୁଚ୍ଛ ହୋତା ହେ’ ସିନେମା ଭଳି ସତ ଘଟଣା ଦେଖିବାକୁ ମିଳିଛି । ମଧ୍ୟ ରାତ୍ରରେ ଥାନାରେ ପୋଲିସ ରାହୁଲ ଓ ଅଞ୍ଜଳିଙ୍କ ବିବାହ କରାଇଛି । ବିବାହ ଭାଙ୍ଗିଯାଇଥିବା ଏକ ଦମ୍ପତିକୁ ଏକାଠି କରି ଥାନାରେ ବିବାହ କରାଇଛି ପୋଲିସ ।
ଘଟଣା ମୁତାବିକ ରାହୁଲ ପ୍ରମୋଦ ମହନ୍ତୋ ଏବଂ ଅଞ୍ଜଳି କୁମାରି ମିତାସିଂଙ୍କ ବିବାହ ରବିବାର ଲକ୍ଷ୍ମୀନଗରର ଏକ ମଣ୍ଡପରେ ହେବାର ଥିଲା । ବିବାହ ବି ଚାଲିଥିଲା । ବରଯାତ୍ରୀଙ୍କୁ ନେଇ ବର ପହଞ୍ଚିଥିଲା କନିଆଘର । ହେଲେ ବିବାହରେ ଖାଦ୍ୟ ନିଅଣ୍ଟ ହେବାରୁ ବର ଘର ଲୋକେ ପାଟିତୁଣ୍ଡ କରିଥିଲେ । ବରଯାତ୍ରୀ ନ ଖାଇ ଫେରିଆସିଥିଲେ । ଏଇ ଛୋଟ କଥାକୁ କେନ୍ଦ୍ର କରି ବର ପକ୍ଷ ଏହାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ, ବରଘର ଲୋକେ ବରଯାତ୍ରୀଙ୍କୁ ଧରି ବାହାଘର ଭାଙ୍ଗି ଦେଇ ଘରକୁ ଫେରିଆସିଥିଲେ।
ଅଧିକ ପଢନ୍ତୁ: ଉପମା ବଦଳରେ ଅଙ୍ଗନବାଡ଼ିର ପିଲା ମାଗିଲା ବିରିୟାନୀ, ଚିକେନ୍ ଫ୍ରାଏ; ଭିଡ଼ିଓ ଭାଇରାଲ ପରେ ଏବେ ସରକାର ବଦଳାଇ ପାରନ୍ତି ମେନ୍ୟୁ, ମନ୍ତ୍ରୀ କହିଲେ ଏନେଇ ଚାଲିଛି ବିଚାର ବିମର୍ଷ
ଏହାପରେ କନ୍ୟା ପୋଲିସକୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ । ଏଥିସହ ବର ରାଜି ଥିବାରୁ କନ୍ୟା ଏଇ ବିବାହ ହେବାକୁ ଚାହୁିଁଥିଲା । ସେଥିପାଇଁ ସୁରୁଖୁରୁରେ ବିବାହ କରାଇ ଦେବାକୁ ପୋଲିସର ସହାୟତା ଲୋଡିଥିଲେ କନ୍ୟା । ପୋଲିସ ଏଘଟଣାରେ ହସ୍ତକ୍ଷେପ କରି ରାତାରାତି ବରକୁ ଡକାଇ ବୁଝାସୁଝା କରିଥିଲା । ଶେଷରେ ବର ବୁଝିବା ପରେ ବିବାହ ପାଇଁ ରାଜି ହୋଇଥିଲେ । ଏହାପରେ ପୋଲିସ ଉପସ୍ଥିତିରେ ଥାନାରେ ବ୍ରାହ୍ମଣକୁ ଡକାଯାଇ ହୋଇଥିଲା ବିବାହ । ସମସ୍ତଙ୍କ ଉପସ୍ଥିତିରେ ସେମାନଙ୍କ ହାତଗଣ୍ଠି ପଡ଼ିଥିଲା ।