ନୂଆଦିଲ୍ଲୀ: ଏଣିକି ସମସ୍ତ ସରକାରୀ କାର୍ଯ୍ୟକ୍ରମ ଏବଂ ବିଦ୍ୟାଳୟରେ ଜାତୀୟ ସଙ୍ଗୀତ ଗାନ ପୂର୍ବରୁ ଜାତୀୟ ଗୀତ ଗାନ କରାଯିବ । କେନ୍ଦ୍ର ସରକାର ଜାତୀୟ ସଙ୍ଗୀତ ‘ଜନ-ଗଣ-ମନ’ ପୂର୍ବରୁ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାଇବା ବାଧ୍ୟତା ମୂଳକ କରିଛନ୍ତି । ପାଇଁ ଏହା ବାଧ୍ୟତାମୂଳକ କରାଯାଇଛି । ଏ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
କେନ୍ଦ୍ର ମନ୍ତ୍ରଣାଳୟ ବନ୍ଦେ ମାତରମର ସମସ୍ତ ୬ଟି ପାରା ଗାନ କରିବାକୁ ବାଧ୍ୟତାମୂଳକ କରିଛି । ଯାହାକି ୩ ମିନିଟ୍ ୧୦ ସେକେଣ୍ଡରେ ଗାନ କରାଯିବ । ପୂର୍ବରୁ ୪ଟି ପାରା ରହିଥିଲା ଏବଂ ଅନ୍ୟ ଦୁଇଟି ପାରାକୁ ୧୯୩୭ ମସିହାରେ କଂଗ୍ରେସ ହଟାଇ ଦେଇଥିଲା ।
ଜାତୀୟ ସଙ୍ଗୀତ ଭଳି ଜାତୀୟ ଗୀତରେ ମଧ୍ୟ ନିୟମ ରଖାଯାଇଛି । ବନ୍ଦେ ମାତରମ୍ ଗାନ ବେଳେ ସମସ୍ତେ ଛିଡ଼ା ହେବା ବାଧ୍ୟତା ମୂଳକ । ଏବେ ପଦ୍ମ ପୁରସ୍କାର ଭଳି ନାଗରିକ ପୁରସ୍କାର ସମାରୋହ ଏବଂ ରାଷ୍ଟ୍ରପତିଙ୍କ ଆଗମନ ଏବଂ ପ୍ରସ୍ଥାନ ସମୟରେ ଅନ୍ୟ ସମସ୍ତ କାର୍ୟ୍ୟକ୍ରମରେ ମଧ୍ୟ ଜାତୀୟ ଗୀତ ବଜାଇବାକୁ ପଡିବ। ଏହା ସିନେମା ହଲ୍ ଭଳି ସାର୍ବଜନୀନ ସ୍ଥାନରେ ମଧ୍ୟ ବାଜି ପାରିବ । କିନ୍ତୁ ଠିଆ ହେବା ବାଧ୍ୟତାମୂଳକ ନୁହେଁ ।