ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିଲ୍ଲୀଠାରେ ଜାତୀୟ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କୁ ଭେଟିଛନ୍ତି । ମମତା ସିଇସିଙ୍କୁ ଭେଟିବା ସିଧାସଳଖ ଗମ୍ଭୀର ଆରୋପ ଲଗାଇଛନ୍ତି ।
ମମତା ବାନାର୍ଜୀଙ୍କ ଏବଂ ତୃଣମୂଳ କଂଗ୍ରେସର ୧୫ ଜଣିଆ ଦଳ ସିଇସିଙ୍କୁ ଭେଟିବାକୁ ଦିଲ୍ଲୀରେ ପହଁଚିଥିଲେ । ସିଇସିଙ୍କ ନିକଟକୁ ଯିବାବେଳେ ସେଠାରେ ଉପସ୍ଥିତ ଦିଲ୍ଲୀ ପୋଲିସ ଅଟକାଇଥିଲା । କିଛି ସମୟ ପାଇଁ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା । ଏହା ପରେ ସେମାନଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିଥିଲା । ଯେଉଁଥିରେ ଟିଏମସି ମହାସଚିବ ଅଭିଷେକ ବାନାର୍ଜୀ, ସାଂସଦ କଲ୍ୟାଣ ବାନାର୍ଜୀ ଏବଂ ଏସଆଇଆର୍ ପ୍ରକ୍ରିୟାରେ ପ୍ରଭାବିତ ହୋଇଥିଲା ୧୨ଟି ପରିବାର ସଦସ୍ୟ ସାମିଲ ଥିଲେ । ଏହି ପରିବାର ମଧ୍ୟରୁ ୫ ଜଣଙ୍କୁ ଏସଆଇଆର୍ ମାଧ୍ୟମରେ ମୃତ ଘୋଷିତ କରାଯାଇଥିବା ଦାବି କରାଯାଇଛି । ସେମାନଙ୍କ ନାମ ଭୋଟର ତାଲିକାରେ ନ ଥିବା ମମତା ଅଭିଯୋଗ କରିଛନ୍ତି । ଆଉ ୩ଟି ପରିବାରର ସଦସ୍ୟ ବିଏଲଓଙ୍କ ଚାପରେ ଆଜି ପ୍ରାଣ ଚାଲିଥିବା କହିଛନ୍ତି ।
ମମତା ସାକ୍ଷାତ କରିବା ପରେ ସିଇସି ଜ୍ଞାନେଶଙ୍କ ଉପରେ ବର୍ଷିଛନ୍ତି । ସିଇସିଙ୍କୁ ଅହଙ୍କାରୀ ବୋଲି କହିଛନ୍ତି । ମମତା କହିଛନ୍ତି, ମୁଁ ବହୁତ ଦୁଃଖିତ ଅଛି । ମୁଁ ରାଜନୀତିରେ ଲମ୍ବା ସମୟ ଧରି ରହିଛି । ୪ ଥର ମୁଖ୍ୟମନ୍ତ୍ରୀ ଏବଂ ୭ ଥର ସାଂସଦ ରହିଛି । ଆଜି ଯାଏ ଏଭଳି ଅହଂକାରୀ ଏବଂ ମିଥ୍ୟା ନିର୍ବାଚନ ଆୟୁକ୍ତ ଦେଖି ନାହିଁ । ପଶ୍ଚିମବଙ୍ଗରୁ ୯୮ ଲକ୍ଷ ଲୋକଙ୍କୁ ହଟାଯାଇଥିବା ଏବଂ ଏହାର ଚାପରେ ୧୪୦-୧୫୦ ଲୋକ ପ୍ରାଣ ହରାଇଥିବା ସେ ଅଭିଯୋଗ କରିଛନ୍ତି । ମମତା ସିଇସିଙ୍କୁ କହିଥିଲେ ଆପଣଙ୍କ ଚୌକିର ସମ୍ମାନ କରୁଛି । କିନ୍ତୁ କୌଣସି କେହି ଚୌକିରେ ସବୁଦିନ ପାଇଁ ବସନ୍ତ ନାହିଁ । ଗୋଟିଏ ଦିନ ଆପଣଙ୍କୁ ଯିବାକୁ ପଡ଼ିବ । ତେଣୁ କାହିଁକି ପଶ୍ଚିମବଙ୍ଗକୁ ନିଶାଣ କରୁଛନ୍ତି । ନିର୍ବାଚନ ଗଣତନ୍ତ୍ରର ପର୍ବ ଅଟେ । କିନ୍ତୁ ଆପଣ ୯୮ ଲକ୍ଷ ଲୋକଙ୍କ ନାମକୁ ହଟାଇ ଦେଇଛନ୍ତି ଏବଂ ତାଙ୍କୁ ନିଜର ନାମ ରଖିବାକୁ ସୁଯୋଗ ମଧ୍ୟ ଦେଉ ନାହାଁନ୍ତି ।
ମମତା ଅଭିଯୋଗ କରିଛନ୍ତି ଯେ ଏସଆଇଆର ପକ୍ଷପାତପୂର୍ଣ୍ଣ, ମନମାନୀ, ଭେଦବାବପୂର୍ଣ୍ଣ ଏବଂ ରାଜନୈତିକ ଭାବେ ପ୍ରେରିତ । ଯେଉଁଥିପାଇଁ ମତଦାତାଙ୍କ ଅଧିକାର ଛଡ଼ାଇ ନିଆଯାଉଛି ।