ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମିଥ୍ୟା କାହାଣୀ ଉପରକୁ ପରଦା ଭାରତୀୟ ଜନତା ପାର୍ଟି ପରଦା ଉଠାଇଛି । ଯେଉଁ ପୂର୍ବତନ ସେନା ମୁଖ୍ୟ ମୁକୁନ୍ଦ ନରବଣେଙ୍କ ଦ୍ୱାରା ଲିଖିତ ପୁସ୍ତକକୁ (ଯାହା ପ୍ରକାଶିତ ହୋଇନାହିଁ) ନେଇ ସଂସଦରେ ଯେଉଁ ହଙ୍ଗମା କରିଛନ୍ତି ତାହାର ଜବାବ ବିଜେପି ଏକ୍ସରେ ଦେଇଛି । ପୂର୍ବତନ ସେନା ମୁଖ୍ୟଙ୍କ ଏକ ପୁରୁଣା ଭିଡ଼ିଓ ମାଧ୍ୟମରେ ରାହୁଲଙ୍କ ସହିତ ସମସ୍ତ ବିରୋଧୀ ସଦସ୍ୟଙ୍କୁ ଆଇନା ଦେଖାଇ ଦେଇଛି ବିଜେପି ।
ବିଜେପି ସାମାଜିକ ଗଣମାଧ୍ୟମ ଏକ୍ସରେ ନରବଣେଙ୍କ ଏକ ଭିଡ଼ିଓ ଜାରି କରିଛି, ଯେଉଁଥିରେ ସେ ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଡୋକଲାମରେ ଚୀନ ଭାରତର ଇଞ୍ଚେ ବି ଜମି ନେଇ ପାରିନାହିଁ । ଆମେ ବର୍ତ୍ତମାନ ସେଇଠି ଅଛୁ ଯେଉଁଠାରେ ଆମେ ପୂର୍ବରୁ ଥିଲୁ । ବିଜେପି କହିଛି, ତଥାପି, ତାଙ୍କର ମିଥ୍ୟା କାହାଣୀକୁ ଆଗକୁ ବଢାଇବା ପାଇଁ, ରାହୁଲ ଗାନ୍ଧୀ ତଥ୍ୟକୁ ଭୁଲ ଭାବରେ ଉପସ୍ଥାପନ କରିବାକୁ ବାଛିଲେ, ଜଣେ ପୂର୍ବତନ ସେନା ମୁଖ୍ୟଙ୍କୁ ତାଙ୍କର ହୀନ ରାଜନୀତିକୁ ଟାଣି ଆଣିଲେ। ତାହା ମଧ୍ୟ, ଏକ ପୁସ୍ତକ ସହିତ ଯାହା ପ୍ରକାଶିତ ହୋଇନାହିଁ! ଯେତେବେଳେ ରାଜନୈତିକ ଏଜେଣ୍ଡା ଦେଶ ଏବଂ ଏହାର ସଶସ୍ତ୍ର ବାହିନୀ ସମ୍ମୁଖରେ ଆସେ, ଏହା ଏକ ଗଭୀର ଜାତୀୟ ବିରୋଧୀ ମାନସିକତାକୁ ପ୍ରକାଶ କରେ।
ରାହୁଲ ଲୋକସଭାରେ କହିଥିଲେ ଯେ ବିଜେପି ସାଂସଦ କହିଛନ୍ତି ଯେ ଆମେ ଦେଶ ଭକ୍ତ । କିନ୍ତୁ ପୂର୍ବତନ ସେନା ମୁଖ୍ୟ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ଚୀନ ସେନା ଭାରତୀୟ ସୀମାରେ ଅନୁପ୍ରବେଶ କରୁଛନ୍ତି । ସରକାର କାହିଁକି ଏହି ପୁସ୍ତକୁ ଉନ୍ମୋଚିତ ହେବାକୁ ଦେଉ ନାହାଁନ୍ତି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, "ରାହୁଲ ଗାନ୍ଧୀ ଯେଉଁ ପୁସ୍ତକ ବିଷୟରେ କହୁଛନ୍ତି ତାହା ପ୍ରକାଶିତ ହୋଇନାହିଁ । ଯଦି ସେହି ପୁସ୍ତକରେ ଥିବା ତଥ୍ୟ ସଠିକ୍ ହୋଇଥାନ୍ତା, ତେବେ ଏହା ନିଶ୍ଚିତ ଭାବରେ ପ୍ରକାଶିତ ହୋଇଥାନ୍ତା। ଯଦି ରାହୁଲ ଗାନ୍ଧୀ ଭାବନ୍ତି ଯେ ସରକାର ଭୁଲ ଭାବରେ ପୁସ୍ତକକୁ ନିଷିଦ୍ଧ କରିଛନ୍ତି, ତେବେ ପୂର୍ବତନ ସେନା ମୁଖ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତେ।"