ପଶ୍ଚିମବଙ୍ଗ: ପ୍ରେମରେ ବିଫଳ ପରେ ପ୍ରେମିକ ନେଇଛି ନିଆରା ପ୍ରତିଶୋଧ। ପ୍ରେମିକାକୁ ଅନଲାଇନରେ ପାର୍ସଲ ପଠାଇବା ତାଙ୍କୁ ମହଙ୍ଗା ପଡ଼ିଛି। ୪ ମାସ ଭିତରେ ୩ଶହ ପାର୍ସଲ ପଠାଇବା ପରେ ଶେଷରେ ପ୍ରେମିକକୁ ବାନ୍ଧିଛି ପୋଲିସ। ପଶ୍ଚିମବଙ୍ଗର ଏହି ଘଟଣା ସାରା ଦେଶରେ ଚର୍ଚ୍ଚା ବଢାଇଛି।
ଘଟଣା ମୁତାବିକ, ପଶ୍ଚିମବଙ୍ଗର ୨୫ ବର୍ଷୀୟ ଜଣେ ଯୁବକ ନିଜ ପୂର୍ବତନ ପ୍ରେମିକାଠାରୁ ପ୍ରତିଶୋଧ ନେବାକୁ ଅନଲାଇନରେ ସବୁବେଳେ ପାର୍ସଲ ପଠାଉଥିଲେ। ଫଳରେ ପ୍ରେମିକା ଜଣକ ବିରକ୍ତି ହୋଇ ଥାନାରେ ମାମଲା ରୁଜୁ କରିବା ପରେ ଏବେ ପ୍ରେମକକୁ ପୋଲିସ ଗିରଫ କରିଛି। ତେବେ ଯୁବକ ଜଣକ ଏଭଳି ପାର୍ସଲ ପଠାଇବା ପଛରେ ବଡ଼ କାରଣ ଲୁଚି ରହିଛି।
ସୂଚନା ମୁତାବିକ କୋଲକତାର ଲେକ୍ ଟାଉନ ଅଞ୍ଚଳରେ ରହୁଥିବା ୨୫ ବର୍ଷୀୟ ଯୁବକ ସୁମନ ସିକଦାର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ହେଲେ ତାଙ୍କ ପ୍ରେମିକା ଅନ୍ଲାଇନରେ ସପିଂ କରିବାକୁ ଭଲ ପାଉଥିଲେ। ପ୍ରେମିକା ସବୁବେଳେ ଉପହାର ମାଗୁଥିଲେ। କିନ୍ତୁ ବିଚରା ପ୍ରେମିକ ପ୍ରେମିକାର ଏହି ଇଚ୍ଛାକୁ ପୂରଣ କରିପାରି ନ ଥିଲା। ମହଙ୍ଗା ଉପହାର ଦେଇପାରୁ ନ ପାରିବାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ଫାଟ ହେବାପରେ ଶେଷରେ ପ୍ରେମିକା ସମ୍ପର୍କ ଭାଙ୍ଗିଦେଇଥିଲା।ଏହାପରେ ପ୍ରତିଶୋଧ ପରାଣୟ ହୋଇ ପ୍ରେମିକ ଜଣକ ଅନଲାଇନ କ୍ୟାସ ଅନ ଡେଲିଭରୀ ଜରିଆରେ ପ୍ରେମିକାକୁ ପାର୍ସଲ ଦେବା ଆରମ୍ଭ କରିଥିଲେ।
୨୦୨୪ ନଭେମ୍ବରରୁ ସେମାନଙ୍କ ବିଚ୍ଛେଦ ହେବା ପେର ପ୍ରେମିକା ନିଜକୁ ପାର୍ସଲ ଆସି ପହଞ୍ଚୁଥିଲା। ଏପଟେ ଅନାବଶ୍ୟକ ଭାବେ ପାର୍ସଲ ଉପରେ ପାର୍ସଲ ଆସୁଥିବାରୁ ଟଙ୍କା ଦେଇ ଦେଇ ବିରକ୍ତି ହୋଇଯାଉଥିଲେ ଯୁବତୀ ଜଣକ। ଏପରିକି ‘ଭାଲେଣ୍ଟାଇନ ଡେ’ ସମୟରେ ଏହା ବଢ଼ି ଯାଇଥିଲା। ଦିନକୁ ଦୁଇ ଥର ଲେଖାଏଁ ଉପହାର ଏବଂ ପୋଷାକର ପାର୍ସଲ ଆସିଥିଲା। ଏହା ଦେଖି ଯୁବତୀ ଅବସାଦଗ୍ରସ୍ତ ହୋଇ ଡେଲିଭରି ଏଜେଣ୍ଟଙ୍କ ସହ ଝଗଡ଼ା କରିଥିଲେ। ଶେଷରେ ବାଧ୍ୟ ହୋଇ ଯୁବତୀ ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ ତଦନ୍ତରୁ ସତ ସାମ୍ନାକୁ ଆସିଛି। ପୋଲିସ ନିକଟରେ ପ୍ରେମିକ ଜଣକ ପୂର୍ବତନ ପ୍ରେମିକାଙ୍କୁ ହଇରାଣ କରିବା ପାଇଁ ଏପରି ଉପାୟ ଆପଣେଇଥିଲେ ବୋଲି ସ୍ବୀକାର କରିଛନ୍ତି। ଏହି ମାମଲା ‘ଇ-ହାରାସମେଣ୍ଟ’ର ନୂଆ ଆହ୍ବାନକୁ ଦର୍ଶାଉଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ଅଧିକ ପଢନ୍ତୁ: କାହା ପାଇଁ ଏତେ ବ୍ୟାକୁଳ ସଚିନ ତେନ୍ଦୁଲକରଙ୍କ ପୁଅ; ଫଟୋ ଜାରି କରି ସୋସିଆଲ ମିଡ଼ିଆରେ ମାଗିଲେ ସାହାଯ୍ୟ