କାକରୋଚ୍ ଜନତା ପାର୍ଟିର ସଂସ୍ଥାପକ ଅଭିଜିତ୍ ଦୀପକେ କହିଛନ୍ତି ଯେ ଜନ୍ତର-ମନ୍ତରର ସିଜନ୍-୨ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି।
କାକରୋଚ୍ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଇନଷ୍ଟାଗ୍ରାମରେ ଅନେକ ଲୋକ କମେଣ୍ଟ କରି ପଚାରୁଥିଲେ ଯେ ଜନ୍ତର-ମନ୍ତରର ସିଜନ୍-୨ କେବେ ଆରମ୍ଭ ହେବ। ମୁଁ ସେମାନଙ୍କୁ ଜଣାଇବାକୁ ଚାହୁଁଛି ଯେ ଜନ୍ତର-ମନ୍ତରର ସିଜନ୍-୨ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ତେବେ ଏଥର ସେ କେଉଁ ମୁଦ୍ଦାକୁ ନେଇ ସ୍ୱର ଉତ୍ତୋଳନ କରିବେ, ସେ ବିଷୟରେ ଦୀପକେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।