ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଚାଲିଛି ଗୁଳି ବିନିମୟ, ଜଣେ ଆତଙ୍କବାଦୀ ନିହତ
Khabar Odisha:jammu-kashmir-pulwama-encounter-terrorist-security-force-police-army-jawan
ଶ୍ରୀନଗର, ନୂଆଦିଲ୍ଲୀ, ଜୁଲାଇ ୦୭ (ଖବର ଓଡ଼ିଶା):

ଆଜି ସକାଳୁ ଜାମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଏବଂ ଭାରତୀୟ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଏହି ସମୟରେ ଭାରତୀୟ ସୁରକ୍ଷାବାହିନୀର ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି । ସର୍ବଶେଷ ସୂଚନା ଅନୁଯାୟୀ କାଶ୍ମୀର ଜୋନ୍ ପୋଲିସ କହିଛି ଯେ ପୁଲୱାମାର ଗୋସୁ ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଛି । ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି ।

କାଶ୍ମୀର ଜୋନ୍ ପୋଲିସର ସୂଚନାନୁସାରେ, ପୋଲିସ ଏବଂ ସୁରକ୍ଷା ବାହିନୀ ଏହି ଅପରେସନ ଜାରି ରଖିଛନ୍ତି । ଏହାପୂର୍ବରୁ ଜାମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଉପରେ IED ଆକ୍ରମଣ କରିଥିଲେ ଯେଉଁଥିରେ ଜଣେ ଯବାନ ଆହତ ହୋଇଥିଲେ।

ଏହାପୂର୍ବରୁ ଆତଙ୍କବାଦୀମାନେ ଅନନ୍ତନାଗ ଜିଲ୍ଲାର ବିଜବିହାରା ଅଞ୍ଚଳର ପଦ୍ଶାହୀ ବାଗ ବ୍ରିଜ ନିକଟରେ CRPF ର 90 ତମ ବାଟାଲିୟନର ସଡକ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରି CRPF ଯବାନ ଏବଂ ଜଣେ 6 ବର୍ଷର ଶିଶୁକୁ ହତ୍ୟା କରିଥିଲେ ।

  • Tags:

Subscribe

National International State Sports Entertainment