ଚାଟ୍ ଜିପିଟିର ନୂଆ ଇମେଜ ଜେନେରେସନ ଟୁଲ ଘିବିଲିକୁ ନେଇ ଗତ କିଛିଦିନ ହେବ ଚାରିଆଡେ ଚର୍ଚ୍ଚା। ସମେସ୍ତ ଏବେ ଘିବିଲି ଷ୍ଟୁଡିଓ ଆର୍ଟରେ ନିଜ ଫଟୋ କରିବାକୁ ଲାଗିପଡ଼ିଛନ୍ତି। ବିଶେଷକରି ଭାରତରେ ଏହା ବେଶ୍ ଲୋକପ୍ରିୟତା ସାଉଁଟିଛି। ଭାରତ ପାଇଁ ଚାଟ୍ ଜିପିଟି ବେଶ୍ ଲାଭବାନ୍ ହେଉଛି। OpenAIର ସିଓଓ ବ୍ରାଡ ଲାଇଟ୍କ୍ୟାପ୍ ଏହାର ବ୍ୟବହାର ବିଷୟରେ କିଛି ଆଶ୍ଚର୍ଯ୍ୟଜନକ ପରିସଂଖ୍ୟାନ ଶେୟାର କରିଛନ୍ତି।
ବ୍ରାଡ ଲାଇଟ୍କ୍ୟାପ୍ ଏକ୍ସରେ ଏକ ପୋଷ୍ଟରେ ଶେୟାର କରି କହିଛନ୍ତି ଯେ ‘୧୩୦ ମିଲିୟନରୁ ଅଧିକ ChatGPT ବ୍ୟବହାରକାରୀ ୭୦୦ ମିଲିୟନରୁ ଅଧିକ ଇମେଜ ବନାଇସାରିଲେଣି। ଘିବିଲି ପ୍ରତି ଲୋକଙ୍କ ଆଗ୍ରହ କେତେ ଅଧିକ ରହିଛି, ତାହା ଏହି ପରିସଂଖ୍ୟାନ ଦର୍ଶାଉଛି ବୋଲି ସେ କହିଛନ୍ତି। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, ‘ଆମେ ତୁମ ମାନଙ୍କ ଧର୍ଯ୍ୟକୁ ପ୍ରଂଶସା କରୁଛୁ, ଏବଂ ଏଥିସହ ଆପଣଙ୍କୁ ସେବା ଯୋଗାଇଦେବା ପାଇଁ ଆମ ଟିମ୍ ଘଣ୍ଟା ଘଣ୍ଟା ଧରି କଠିନ୍ ପରିଶ୍ରମ କରୁଥିବା’ ନେଇ ସେ କହିଛନ୍ତି।