ଭୋପାଳ: ମଧ୍ୟ ପ୍ରଦେଶର ଶିବପୁରୀ ନିକଟରେ ଗୁରୁବାର ସେନାର ମିରାଜ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ସମୟରେ ବିମାନଟି ନିୟମିତ ଉଡ଼ାଣରେ ଥିଲା ଏବଂ ଏଥିରେ ଦୁଇ ଜଣ ପାଇଲଟ୍ ଥିଲେ। ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ ସୂଚନାରୁ ପ୍ରକାଶ।
ବିମାନ କ୍ରାସ ହେବା ପୂର୍ବରୁ ଦୁଇ ପାଇଲଟ୍ କୌଣସି ମୋତେ ବିମାନରୁ ବାହାରି ଯାଇଥିଲେ। ଏହି କାରଣରୁ ଦୁଇ ପାଇଲଟ୍ ସୁରକ୍ଷିତ ନିଜର ଜୀବନ ବଞ୍ଚାଇ ପାରିଥିବା ବେଳେ ସେମାନେଙ୍କୁ ସାମାନ୍ୟ ଆଘାତ ଲାଗିଛି। ଉଭୟଙ୍କୁ ନେବା ପାଇଁ ତୁରନ୍ତ ବାୟୁସେନାର ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଉଭୟଙ୍କୁ ଗ୍ଵାଲିୟର ନିଆଯାଇଛି।
ସୂଚନା ଅନୁଯାୟୀ ବିମାନଟି ଖେତରେ କ୍ରାସ ହେବା ମାତ୍ରେ ସେଥିରେ ନିଆଁ ଲାଗି ଯାଇଥିଲା। ଘଟଣାପରେ ଆଖପାଖର ଗାଁ ଲୋକଙ୍କ ଦୁର୍ଘଟଣାସ୍ଥଳରେ ଭିଡ଼ ଜମିଥିଲା। ସ୍ଥାନୀୟ ଲୋକେ ଦୁଇ ପାଇଲଟ୍ଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଥିଲେ। ପ୍ରତିରକ୍ଷାର ଜନୈକ ଅଧିକାରୀ କହିଛନ୍ତି ଯେ, ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ବିମାନଟି ଶିବପୁରୀ ଜିଲ୍ଲାର କରୈରା ଥାନା ଅନ୍ତର୍ଗତ ବହରେଟା ସାନି ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଆହତ ପାଇଲଟ୍ଙ୍କ ଫଟୋ ଭାଇରାଲ୍ ହୋଇଛି। ଏଥିରେ ସେ ମୋବାଇଲରେ କାହା ସହ କଥା ହେଉଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଗାଁ ଲୋକେ ପାଇଲଟ୍ଙ୍କୁ ବାହାର କରିଥିଲେ।