ନୂଆଦିଲ୍ଲୀ: ନିଟ୍ ପରୀକ୍ଷା ପାଇଁ କଟକଣା ଲାଗିବା ପରେ ଦିଲ୍ଲୀ ହାଇକୋର୍ଟରେ ଟେଲିଗ୍ରାମ କରିଥିବା ଆବେଦନର ଆଜି ଶୁଣାଣି ହୋଇଛି । ଟେଲିଗ୍ରାମ ଆତଙ୍କବାଦୀଙ୍କ ଆଡ୍ଡା ପାଲଟିଛି, ଏହା ସବୁଠାରୁ ସହଜ ଆଉ ସୁବିଧାଜନକ ପ୍ଲାଟଫର୍ମ ହୋଇଯାଇଛି । ଆଜି ଏଭଳି ଟେଲିଗ୍ରାମ ବିରୁଦ୍ଧରେ ଯୁକ୍ତି ରଖିଛନ୍ତି କେନ୍ଦ୍ର ସରକାର ।
ଟେଲିଗ୍ରାମ ଆବେଦନର ଶୁଣାଣି ପୂର୍ବରୁ କେନ୍ଦ୍ର ସରକାରଙ୍କ ସଲିସିଟର୍ ଜେନେରାଲ୍ ତୁଷାର ମେହଟା ଟେଲିଗ୍ରାମର ଗତିବିଧିକୁ ନେଇ ପ୍ରବଳ ସମାଲୋଚନା କରିଛନ୍ତି । ସିଲିସିଟର୍ ଜେନେରାଲ ସରକାରଙ୍କ ପକ୍ଷ ବିସ୍ତୃତ ଆକାରରେ ଉପସ୍ଥାପନ କରିଛନ୍ତି । ସଲିସିଟର୍ ଜେନେରାଲ କହିଛନ୍ତି ଯେ ଟେଲିଗ୍ରାମ ଆତଙ୍କବାଦ, ସାଇବର୍ ଅପରାଧ, ମାଦକଦ୍ରବ୍ୟ ଚୋରାଚାଲାଣ, ଶିଶୁ ଶୋଷଣ ଏବଂ ଆର୍ଥିକ ହେରଫେର ଆଦି ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ । ଯାହା ଭାରତ ପାଇଁ ଏକ ବଡ଼ ବିପଦ ।
ପୂର୍ବରୁ ଏହି ମାମଲାର ଶୁଣାଣି ଜଣେ କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କରିଛନ୍ତି । କୋର୍ଟ ପ୍ରଶ୍ନ କରିଥିଲେ ଯେ ଜରୁରୀ ଶୁଣାଣି ପାଇଁ ୪୮ ଘଣ୍ଟା ସମୟ ଦିଆଯାଇଥାଏ । ଜବାବରେ ସେ କହିଥିଲେ ଯେ ଟେଲିଗ୍ରାମକୁ ସରକାର ସମୟ ଦେଇଥିଲେ । ଆହୁରି କହିଛନ୍ତି ଏହି ଆପରେ ଏଡିଟିଂ ଫିଚର୍ ସବୁଠାରୁ ବିପଦପୂର୍ଣ୍ଣ । କାରଣ ଏଥିରେ ତାରିଖ ଏବଂ ସମୟକୁ ଏଡିଟ୍ କରାଯାଇ ପାରୁଛି । ବାରମ୍ବାର ସରକାରଙ୍କ ପକ୍ଷରୁ ଚେତାବନୀ ପରେ ମଧ୍ୟ ଟେଲିଗ୍ରାମ କୌଣସି ପଦକ୍ଷେପ ଗ୍ରହଣ କରିନି ।
ସେ ମେହତା ଭାରତୀୟ ସାଇବରକ୍ରାଇମ୍ ସମନ୍ୱୟ କେନ୍ଦ୍ର (I4C) ରିପୋର୍ଟକୁ ଉଦ୍ଧୃତ କରି କହିଛନ୍ତି ଯେ ଟେଲିଗ୍ରାମରେ, ଗୋଟିଏ ଆକାଉଣ୍ଟ 40ଟି ବଟ୍ ସୃଷ୍ଟି କରିପାରିବ। କିନ୍ତୁ ହ୍ୱାଟ୍ସଆପରେ ପ୍ରତି ଉପଭୋକ୍ତା ପାଇଁ ଗୋଟିଏ ବଟ୍ ରହିଛି । ସେ ରିପୋର୍ଟରେ କୁହାଯାଇଛି ଯେ ଟେଲିଗ୍ରାମର ପ୍ଲାଟଫର୍ମ ଅନ୍ୟ ସମାନ ମେସେଜିଂ ଆପ୍ ପରି ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବା ପାଇଁ ଯଥେଷ୍ଟ ସକ୍ଷମ ନୁହେଁ । ଏହି ପ୍ଲାଟଫର୍ମ କ୍ଲାଉଡ୍ ଭିତ୍ତିଭୂମି ମାଧ୍ୟମରେ କାର୍ଯ୍ୟ କରେ। ତେଣୁ ଯେଉଁମାନେ ଅପରାଧ କରନ୍ତି ସେମାନଙ୍କୁ ଟ୍ରାକ୍ କରାଯାଇପାରିବ ନାହିଁ । ଅନ୍ୟ ଦେଶରେ ଟେଲିଗ୍ରାମ ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗର ସମ୍ମୁଖୀନ ହୋଇଛି। ଅନ୍ୟ ଦେଶମାନେ ମଧ୍ୟ ଏହାର ବ୍ୟବହାର ଯୋଗୁଁ ପ୍ଲାଟଫର୍ମ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସରକାର ଅନ୍ୟ ଦେଶମାନଙ୍କ ଦ୍ୱାରା ଟେଲିଗ୍ରାମ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ଏକ ତାଲିକା ମଧ୍ୟ ଦାଖଲ କରିଛନ୍ତି। ଏକ ଚ୍ୟାନେଲର ସମୁଦାୟ ଜନସଂଖ୍ୟା, ପ୍ରାୟ ଏକ ଲକ୍ଷ, ସେକେଣ୍ଡରେ ଅନ୍ୟ ଚ୍ୟାନେଲକୁ ସ୍ଥାନାନ୍ତରିତ ହୋଇପାରିବ । ଏହା ସ୍ୱତନ୍ତ୍ର ଏବଂ ଏକ ଗମ୍ଭୀର ବିପଦ ।
କୋର୍ଟ କହିଥିଲେ ଯେ ତୁମେ ଜଣଙ୍କ ଅଧିକାରକୁ କେମିତି ବନ୍ଦ କରି ପାରିବ । ଜବାବରେ ସିଲିସିଟର୍ ଜେନେରାଲ କହିଛନ୍ତି, ଯେତେ ଗୋଟିଏ ଅଞ୍ଚଳରେ କିଛି ଲୋକ ଅପରାଧ କରନ୍ତି ସେତେବେଳେ ସମ୍ପୂର୍ଣ୍ଣ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଏ ଏବଂ ଏହା ପାଇଁ ଅନ୍ୟ ଜନତା ଅସୁବିଧାର ସମ୍ମୁଖୀନ ହୁଅନ୍ତି ।
ସେ କହିିଥିଲେ ଏବେ ପରବର୍ତ୍ତୀ ପଦକ୍ଷେପ ହାଇକୋର୍ଟଙ୍କର ହେବ । ଭାରତରେ ଟେଲିଗ୍ରାମ ଭବିଷ୍ୟତ କଣ ରହିବ ତାହା କେବଳ କୋର୍ଟ ନିଷ୍ପତ୍ତି ନେଇପାରିବେ । ମେହେତା ଆଜି ଏହି ମାମଲାର ଶୁଣାଣି ଶେଷ ହୋଇଥିବାବେଳେ ରାୟକୁ ସଂରକ୍ଷିତ ରଖାଯାଇଛି ।
NEET-UG ପୁନଃପରୀକ୍ଷା ପାଇଁ କେନ୍ଦ୍ର ସରକାର ଟେଲିଗ୍ରାମ ଉପରେ ସାମୟିକ କଟକଣା ଜାରି କରିଛନ୍ତି । ଜୁନ୍ ୨୨ ତାରିଖ ଯାଏ ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ରହିବ । ଏହା ସହିତ ଜୁନ୍ ୩୦ ତାରିଖ ଯାଏ ଡିଲିଟ୍ ଫିଚର ଉପରେ ପ୍ରତିବନ୍ଧକ ରହିବ ।