ଆୟର୍ଲାଣ୍ଡରେ ଜଣେ ୬ ବର୍ଷୀୟା ନାବାଳିକା ବର୍ଣ୍ଣବିଦ୍ଵେଷର ଶିକାର ହୋଇଛି। ଏକ ୫ ଜଣିଆ ଗ୍ୟାଙ୍ଗ ନାବାଳିକାଙ୍କୁ ମରଣାନ୍ତକ ଆକ୍ରମଣ କରିଛି। ଅଭିଯୁକ୍ତମାନଙ୍କ ବୟସ ୮ରୁ ୧୪ ବର୍ଷ ମଧ୍ୟରେ ହେବ। ନାବାଳିକାଙ୍କ ବର୍ଣ୍ଣକୁ ନେଇ ତାଙ୍କୁ ‘ଡାର୍ଟି ଇଣ୍ଡିଆନ’ ବା ଅପରିଷ୍କାର ଭାରତୀୟ ବୋଲି କହି ସେମାନେ ଆକ୍ରମଣ କରିଥିଲେ।
ଘଟଣା ମୁତାବିକ ୬ ବର୍ଷର କୁନି ଝିଅ ଘର ବାହାରେ ଖେଳୁଥିଲା । ୧୦ ମାସର କୁନି ଭାଇ କାନ୍ଦିଲା ବୋଲି ମାଆ ଘର ଭିତରକୁ ଚାଲିଯାଇଥିଲେ । ଏତିକି ବେଳେ ଝିଅ ପାଖକୁ ଆସିଥିଲେ ୧୨- ୧୩ ବର୍ଷ ବୟସର ୫ଜଣ ପୁଅ । ସେମାନେ ଝିଅକୁ ’ ଡାର୍ଟି ଇଣ୍ଡିଆନ୍ସ ଟ୍ଟ ଗୋ ବ୍ୟାକ୍ ଟୁ ଇଣ୍ଡିଆ ’ ବୋଲି କହିବା ସହ ସାଇକେଲ ନେଇ ତା’ର ପ୍ରାଇଭେଟ୍ ପାର୍ଟରେ ବାଡ଼େଇଥିଲେ। ଏତିକିରେ ସେମାନଙ୍କ ମନ ବୁଝିନଥିଲା ଯେ, କୁନି ଝିଅର ମୁହଁକୁ ମୁଥା ମାରିଥିଲେ। ଝିଅ କାନ୍ଦି ଶୁଣି ମଆ ଆସି ଦେଖିଲା ବେଳକୁ ସେମାନେ ତାକୁ ରାଗିକି ଚାହୁଁଥିଲେ ।
ଝିଅକୁ ନେଇ ମାଆ ଆୟାରଲାଣ୍ଡ ପୁଲିସରେ ଅଭିଯୋଗ ଦେଇଛନ୍ତି । କିନ୍ତୁ ଅଭିଯୁକ୍ତଙ୍କୁ ଦଣ୍ଡ ନଦେଇ ବରଂ କାଉନସେଲିଂ କରିବାକୁ ଅନୁରୋଧ କରିଛନ୍ତି । କାରଣ ସେମାନଙ୍କୁ ନିଜ ବୃତ୍ତି ପାଇଁ ସେଠାରେ ରହିବାକୁ ପଡ଼ିବ ତେଣୁ ସେମାନେ କାହା ସହ ଶତ୍ରୁତା କରିବାକୁ ଚାହୁନାହାନ୍ତି ବରଂ ଶାନ୍ତିରେ ରହିବାକୁ ଚାହାନ୍ତି ବୋଲି କହିଛନ୍ତି ।
ନାବାଳିକାଙ୍କ ମା’ଙ୍କ ଘର କେରଳର କୋଟ୍ଟାୟମରେ। ସେ ୮ବର୍ଷ ତଳେ ନର୍ସ ଭାବେ କାର୍ଯ୍ୟ କରିବାକୁ ଆୟର୍ଲାଣ୍ଡ ଯାଇଥିଲେ। ସେଠାରେ ଜଣେ ଭାରତୀୟ ନାଗରିକଙ୍କୁ ବିବାହ କରିଥିଲେ। ସେମାନେ ସପରିବାର ଓ୍ବାଟରଫୋର୍ଡ ସହରରେ ରୁହନ୍ତି। ୨ ବର୍ଷ ତଳେ ଅୟାରଲାଣ୍ଡର ନାଗରିକତା ବି ଗ୍ରହଣ କରିଛନ୍ତି । ହେଲେ ଏଭଳି ସ୍ଥିତି ତାଙ୍କୁ ଏବେ ଚିନ୍ତାରେ ପକାଇଛି । କାରଣ ଏ ଘଟଣା ପରେ ତାଙ୍କ ଝିଅ ଏବେ ଭୟରେ ରହୁଛି । ଖେଳିବାକୁ ବି ବାହାରକୁ ବାହାରୁନି । ତେଣୁ ନିଜର ସୁରକ୍ଷା ପାଇଁ ସରକାରଙ୍କ ପାଖରେ ଚିନ୍ତା ବ୍ୟକ୍ତ କରିଛନ୍ତି ପରିବାର ।