ନୂଆଦିଲ୍ଲୀ: ନିର୍ବାଚନ ପରେ ଫଳାଫଳକୁ ନେଇ ବାରମ୍ବାର ନିର୍ବାଚନ ଆୟୋଗଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଉଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ମତଦାନରେ ହେରଫେର, ଭୋଟର୍ ତାଲିକାରୁ ନାଁ ହଟିବା, ଇଭିଏମ୍ ମେସିନ୍ ଟ୍ୟାମ୍ପିଂ ଇତ୍ୟାଦି ଇତ୍ୟାଦି । ଲଗାଉଥିବା ଅଭିଯୋଗର ପ୍ରମାଣ ଦେବାକୁ କର୍ଣ୍ଣାଟକ ନିର୍ବାଚନ ଅଧିକାରୀ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରିଛନ୍ତି । ଯଦି ଅଭିଯୋଗ ମିଥ୍ୟା ଅଟେ ତାହା ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ରାହୁଲ ଗାନ୍ଧୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମହାରାଷ୍ଟ୍ର, ହରିୟାଣା ଭଳି ରାଜ୍ୟରେ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ହେରଫେର କରାଯାଇଥିବା ଅଭିଯୋଗ କରିଛନ୍ତି । ଏହା ସହିତ କର୍ଣ୍ଣାଟକ ନିର୍ବାଚନକୁ ନେଇ ମଧ୍ୟ ସଙ୍ଗୀନ ଆରୋପ ଲଗାଇଛନ୍ତି । କର୍ଣ୍ଣାଟକ ନିର୍ବାଚନରେ ପ୍ରାୟ ଏକ ଲକ୍ଷ ଯୋଗ୍ୟ ମତଦାତାଙ୍କୁ ବାଦ୍ ଦିଆଯାଇଛି ଏବଂ ଅଯୋଗ୍ୟ ମତଦାତାଙ୍କୁ ଏଥିରେ ସାମିଲ କରାଯାଇଛି ।
କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଧିକାରୀ ରାହୁଲ ଗାନ୍ଧୀଙ୍କ ଏହି ଦାବିକୁ ଏକ ଚିଠି ପଠାଇଛନ୍ତି । ଏହା ସହିତ ରାଜିନାମା ପତ୍ର ମଧ୍ୟ ପଠାଇଛନ୍ତି । ଆଉ ଉକ୍ତ ରାଜିନାମା ପତ୍ର ରାହୁଲଙ୍କୁ ଦସ୍ତଖତ କରିବାକୁ କହିଛନ୍ତି । ସିଇଓ ଲେଖିଛନ୍ତି, ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆପଣ ଅଭିଯୋଗ କରିଛନ୍ତି ଯେ ଭୋଟର ତାଲିକାରୁ ଯୋଗ୍ୟ ମତଦାତାଙ୍କୁ ବାଦ୍ ଦିଆଯାଇଛି ଏବଂ ଅଯୋଗ୍ୟଙ୍କୁ ଯୋଡ଼ା ଯାଇଛି, ତେଣୁ ମତଦାତା ପଞ୍ଜୀକରଣ ନିୟମ ୧୯୬୦ (୨୦(୩)) ଅନୁସାରେ ରାଜିନାମାରେ ସ୍ୱାକ୍ଷର କରନ୍ତୁ ଏବଂ ଉକ୍ତ ମତଦାତାଙ୍କ ମାନଙ୍କ ନାମ ମଧ୍ୟ ତା ସହ ପଠାନ୍ତୁ, ଫଳରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ।
ଯଦି ରାହୁଲ ଗାନ୍ଧୀ ଦାବି କରୁଥିବା ଅଭିଯୋଗର ପ୍ରମାଣ ଦେଇ ନ ପାରନ୍ତି ତାହାହେଲେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସିଇଓ ଚେତାବନୀ ଦେଇଛନ୍ତି । ପୂର୍ବରୁ ନିର୍ବାଚନ ଅଧିକାରୀ ଏହାକୁ ନେଇ ରାହୁଲଙ୍କ ଉପରେ ବର୍ଷିଥିଲେ । ରାହୁଲ ଗାନ୍ଧୀ କେବଳ ଅଭିଯୋଗ କରୁଛନ୍ତି , କିନ୍ତୁ ଯଦି ପ୍ରମାଣ ଅଛି ତାହାହେଲେ କାହିଁକି ଔପଚାରିକ ଭାବେ ଅଭିଯୋଗ କରି ନାହିଁନ୍ତି ବୋଲି ପ୍ରଶ୍ନ କରିଥିଲେ ।
ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀରେ ପଠାଯାଇଥିବା ନୋଟିସ୍ ବାବଦରେ କହିଛନ୍ତି ଯେ ସେ ଜଣେ ରାଜନେତା । ଯାହାବି କହୁଛି ସମସ୍ତଙ୍କ ସାମ୍ନାରେ କହୁଛି । ଏହାକୁ ଶପଥଭାବରେ ଦେଖିବା କଥା ନୁହେଁ । ଏହା ତଥ୍ୟ ନୁହେଁ ବୋଲି ରାହୁଲ ସ୍ୱୀକାର କରିଛନ୍ତି । ନିର୍ବାଚନ ଆୟୋଗ କାହିଁକି କହୁନାହାଁନ୍ତି କି ସେ ଭୁଲ ଅଛନ୍ତି , କିନ୍ତୁ କହୁଛନ୍ତି ରାଜିନାମାରେ ସ୍ୱାକ୍ଷର କରିବାକୁ । ତେଣୁ ସ୍ପଷ୍ଟ ଜଣାପଡ଼ୁଛି ଯେ ନିର୍ବାଚନ ଆୟୋଗଙ୍କ ଭୁଲ ଅଛି ବୋଲି କହିଛନ୍ତି ରାହୁଲ ।