ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବା ପରେ ଚାରିଆଡେ ଭୟଙ୍କର ବିଭୀଷିକାର ତାଣ୍ଡବ ରଚାଉଛି ବାତ୍ୟା । ସମୁଦ୍ରରେ ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଛୁଇଁଲା । ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି । ସ୍ତଳଭାଗକୁ ସମୁଦ୍ର ମାଡି ଆସିବା ସହ ବଡ ବଡ ଜୁଆର ମଧ୍ୟ ଉଠିଛି । ଲ୍ୟାଣ୍ଡଫଳ ସ୍ଥଳରେ ପ୍ରାୟ ୯୦ ରୁ ୧୧୦ କିଲୋମିଟର ବେଗରେ ପବନର ବହିଛି ।
ବାତ୍ୟା ପ୍ରଭାବରେ ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି ।ବର୍ଷା ଯୋଗୁଁ ୮ଜଣଙ୍କ ଜୀବନ ଯାଇଛି। ଏଥିଲାଗି ଉବୁଟୁବୁ ହୋଇଛି ଚେନ୍ନାଇ ସହର । ଆସନ୍ତା କଲି ସକାଳେ ବାତ୍ୟାର ପ୍ରଭାବ ଦୁର୍ବଳ ହେବା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖାଲି ସେତିକି ନୁହେଁ ଏହି ବାତ୍ୟା ଯୋଗୁଁ ଓଡ଼ିଶାର ଉପକୁଳବର୍ତ୍ତୀ ସ୍ଥାନ ଗୁଡିକରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଅନ୍ୟପଟେ ଚାଷୀଙ୍କ ଫସଲ ଉପରେ ଅଧିକ ମାତ୍ରାରେ ପ୍ରଭାବ ପକାଇଛି ଏହି ବାତ୍ୟା । ବର୍ଷକ ଯାକର କଷ୍ଟକୁ ଧୂଳିସାତ କରିଦେଇଛି । ତେବେ ରବିବାର ଠାରୁ ଲାଗି ରହିଥିବା ବର୍ଷା ପାଇଁ ୮୦ ବର୍ଷର ରେକର୍ଡ ଭାଙ୍ଗିଛି ଚେନ୍ନାଇ ।
ଅଧିକ ପଢନ୍ତୁ :ମାଡି ଆସୁଛି ବାତ୍ୟା ‘ମିଗଜୋମ’