ସିଗନାଲ ମାନିଲାନି କରମଣ୍ଡଳ ଏକ୍ସପ୍ରେସ୍ । ମେନ୍ ଲାଇନରେ ଆସିବାକୁ କରମଣ୍ଡଳକୁ ସିଗନାଲ ଥିଲା ହେଲେ ଅପ୍ ଲାଇନକୁ ପଶିଆସିଥିଲା କରମଣ୍ଡଳ । ଫଳରେ ମାଲବାହୀ ଟ୍ରେନରେ ପିଟିହେଲା । ଏହାରି ଭିତରେ ଯଶୱନ୍ତପୁର- ହାଓଡା ଏକ୍ସପ୍ରେସ୍ ଆସିଥିଲା ଏବଂ ଲାଇନଚ୍ୟୁତ କରମଣ୍ଡଳ ସହ ମାଡ ହୋଇଥିଲା । ଫଳରେ ଏକ୍ସପ୍ରେସର ୨ଟି କୋଚ୍ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୨୬୧ ଯାତ୍ରୀଙ୍କର ମୃତ୍ୟୁ ହେବା ସହ ୯୦୦ରୁ ଅଧିକ ଯତ୍ରୀ ଆହତ ହୋଇଥିବା ରେଲୱେର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।